ବର୍ଷୀୟାନ ନେତା ରାଜବଲ୍ଲଭ ବାରିକଙ୍କ ପରଲୋକ

Advertisment

ନୀଳଗିରି ପ୍ରଜାମଣ୍ଡଳ ଆନ୍ଦୋଳନର ‌ସଂଗ୍ରାମୀ ଥିଲେ

ନୀଳଗିରି ପ୍ରଜାମଣ୍ଡଳ ଆନ୍ଦୋଳନର ‌ସଂଗ୍ରାମୀ ଥିଲେ

ବର୍ଷୀୟାନ ନେତା ରାଜବଲ୍ଲଭ ବାରିକଙ୍କ ପରଲୋକ

ବାଲେଶ୍ୱର: ନୀଳଗିରି ପ୍ରଜା ମଣ୍ତଳ ଆନ୍ଦୋଳନର ବର୍ଷୀୟାନ ସଂଗ୍ରାମୀ ନେତା ତଥା କମ୍ୟୁନିଷ୍ଟ ପାର୍ଟିର ଆଗଧାଡ଼ିର ସଦସ୍ୟ ରାଜବଲ୍ଲଭ ବାରିକ(୯୬)ଙ୍କର ସୋମବାର ସକାଳେ ପରଲୋକ ହୋଇଯାଇଛି। ଏ ଖବର ଶୁଣିବା ପରେ ବହୁ ରାଜନେତା, ଆଇନଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଶେଷଦର୍ଶନ କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ନୀଳଗିରି ଥାନା ଦକ୍ଷିଣନରସିଂହପୁର ଡମ୍ବରୁପାଳ ଗ୍ରାମରେ ୧୯୨୪ ମସିହାରେ ରାଜବଲ୍ଲଭ ଜନ୍ମଗ୍ରହଣ କରିଥିଲେ। ପ୍ରଜାମଣ୍ତଳ ଆନ୍ଦୋଳନର ପ୍ରମୁଖ ଯୋଦ୍ଧା ସ୍ବର୍ଗତ ପ୍ରାଣବନ୍ଧୁ ଅଗସ୍ତିଙ୍କ ପ୍ରେରଣାରେ ସେ ଉକ୍ତ ଆନ୍ଦୋଳନରେ ସାମିଲ ହୋଇଥିଲେ। ନିର୍ଭୀକ ଓ ନିଷ୍ଠାପର ଭାବରେ କମ୍ୟୁନିଷ୍ଟ ପାର୍ଟିରେ କାର୍ଯ୍ୟ କରି ଆସୁଥିବା ବେଳେ ପ୍ରଜାମଣ୍ତଳ ଆନ୍ଦୋଳନର ଅନ୍ୟ ଦୁଇ କର୍ଣ୍ଣଧାର ସ୍ବର୍ଗତ ବନମାଳୀ ଦାସ ଓ ବାଇଧର ମହାନ୍ତିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବହୁବାର ଜେଲ ଯାଇଥିଲେ। ତାଙ୍କ ବିୟୋଗରେ ସମଗ୍ର ନୀଳଗିରି ଅଂଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଖବରପାଇ ସିପିଆଇର ବର୍ଷୀୟ‌ାନ ନେତା କୈଳାଶ ପଣ୍ତା, କରୁଣାକର ପରିଡ଼ା, ଜୋନ ସମ୍ପାଦକ ବିଜୟ ସ, ଜିଲ୍ଲା ସମ୍ପାଦକ ନିରଂଜନ ବାରିକ, ଶାଖା ସମ୍ପାଦକ ନିନି ବେହେରା ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଦେବା ସହ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନୀଳଗିରି ମାଟି ଜଣେ ମହାନ ସଂଗ୍ରାମୀକୁ ହରାଇଲା ବୋଲି ଉପସ୍ଥିତ ନେତା ସମେତ ଜନସାଧାରଣ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe