ଧାନ ଫସଲରେ ପତ୍ରପୋଡ଼ା ରୋଗ

Advertisment
ଧାନ ଫସଲରେ ପତ୍ରପୋଡ଼ା ରୋଗ

ଦାନଗଦୀ : ଦାନଗଦୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଏବେ ପତ୍ରପୋଡ଼ା ରୋଗ ବ୍ୟାପିବାରେ ଲାଗିଛି। ଫଳରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି।  ଅଭିଯୋଗ ପରେ ଆଜି ଜିଲ୍ଲା କୃଷି ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଦାନଗଦୀ ବ୍ଲକ୍‌ର ମାଣତିରା ଏବଂ ମଙ୍ଗଳପୁର ଗ୍ରାମର ଧାନବିଲ ପରିଦର୍ଶନ କରିଥିଲେ।  ଜିଲ୍ଲା କୃଷି ଅଧିକାରୀ ବୈରାଗୀ ଚରଣ ସେଠୀ, ବ୍ଲକ୍‌ କୃଷି ଅଧିକାରୀ ବେଣୁଧର ପଣ୍ଡା, ଶରତ ଚନ୍ଦ୍ର ନାୟକ, ରଂଜିତା ସାହୁ, ସୁନିଆ ମାରାଣ୍ଡି ପ୍ରମୁଖ ଏହି ଟିମ୍‌ରେ ସାମିଲ ହୋଇ କ୍ଷତିଗ୍ରସ୍ତ ଧାନବିଲ ପରିଦର୍ଶନ କରିଥିଲେ।

ମାନତିରା ଠାରେ ପତ୍ର ପୋଡ଼ା ରୋଗ(ରାଇସ ହିସ୍ପା) ବ୍ୟାପିଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଧାନ ଗଛର ପତ୍ରଗୁଡ଼ିକ ମୋଡ଼ିହୋଇ ନଷ୍ଟ ହୋଇଯାଇଛି। ଏହାର ପ୍ରତିକାର ପାଇଁ ଜିଲ୍ଲା କୃଷି ଅଧିକାରୀ ବଡ଼ଚଣା କୃଷିବିଜ୍ଞାନ କେନ୍ଦ୍ରର କ୍ଷେତ୍ର ଅଧିକାରୀଙ୍କ ସହ ପରାମର୍ଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe