ବିବାହ ପାଇଁ ଘର ଛାଡ଼ିଥିଲେ, ଶବ ହୋଇ ଫେରିଲେ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବେତନଟୀ/ଦାନ୍ତିଆମୁହାଁ: ଗତକାଲି ମୋରଡ଼ା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ ମାକୁନ୍ଦ ଜଙ୍ଗଲରୁ ମିଳିଥିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ। ଗତକାଲି ଯୁବକଙ୍କ ପରିଚୟ ମିଳି ଯାଇଥିବା ବେଳେ ଆଜି ମୃତ ନାବାଳିକାଙ୍କ ପରିଚୟ ପାଇଛି ପୁଲିସ। ନାବାଳିକା ହେଲେ ବେତନଟୀ ଥାନା ଅଧୀନ ବଡ଼ଯୋଡ଼ ନୂଆସାହି ଗ୍ରାମର ତରଣୀ ଦେହୁରୀ ଓ ପ୍ରବାସିନୀ ଦେହୁରୀଙ୍କ ଦ୍ୱିତୀୟ କନ୍ୟା ଆଶା। ଆଶାଙ୍କ ପିତାମାତା ଗରିବ ଖଟିଖିଆ ଶ୍ରେଣୀର। ୪ ଭାଇ ଭଉଣୀଙ୍କ ମଧ୍ୟରେ ଦ୍ବିତୀୟ କନ୍ୟା ଆଶାଙ୍କ ସହ ରାଜେଶ ମହାନ୍ତଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଗତ ୨୫ ତାରିଖ ଦିନ ନିଜ ପ୍ରେମିକଙ୍କ କଥାରେ ଘର ଛାଡ଼ି ପଳାଇଥିଲେ ଆଶା। ସେମାନେ ବିବାହ କରିବେ ବୋଲି ଘର ଛାଡ଼ିଥିଲେ ବି ଗତକାଲି ହଠାତ୍‌ ଜଙ୍ଗଲରୁ ଉଭୟଙ୍କ ମୃତଦେହ ଠାବ ହୋଇଥିଲା। ସେମାନଙ୍କ ବିବାହକୁ ପରିବାର ଲୋକଙ୍କ ବିରୋଧ ପାଇଁ ସେମାନେ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ ପରେ ଆଜି ଆଶାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ମତ୍ସ୍ୟ ସମବାୟ ସମିତିର ସଭାପତି ଧର୍ମୁ ଦେହୁରୀ, ସମ୍ପାଦକ ଶମ୍ଭୁନାଥ ଦେହୁରୀ, ସନନ୍ଦ ମହାନ୍ତ, ବାବୁଲି ଦେହୁରୀ ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଏହାପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe