କାର ଧକ୍କାରେ ଅଧ୍ୟାପିକାଙ୍କ ମୃତ୍ୟୁ, ଉତ୍ତେଜିତ ଛାତ୍ରଛାତ୍ରୀଙ୍କ ରାସ୍ତା ଉପରେ ଧାରଣା

କାର ଧକ୍କାରେ ଅଧ୍ୟାପିକାଙ୍କ ମୃତ୍ୟୁ, ଉତ୍ତେଜିତ ଛାତ୍ରଛାତ୍ରୀଙ୍କ ରାସ୍ତା ଉପରେ ଧାରଣା

ବାରିପଦା: ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂସାଶିତ କଲେଜ (ଏମ୍‌ପିସି) ନିକଟରେ କାର ଧକ୍କାରେ ଜଣେ ଅଧ୍ୟାପିକାଙ୍କ ମୃତ୍ୟୁ ହୋଇଛି। ମୃତ ଅଧ୍ୟାପିକା ହେଲେ ମନୀଷା ଶର୍ମା। ସେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂସାଶିତ କଲେଜରେ ବାଣିଜ୍ୟ ବିଭାଗର ଅଧ୍ୟାପିକା ଥିଲେ। ପିଲାଙ୍କୁ ପାଠ ପଢାଇ ସାରି ଏକ ସ୍କୁଟିରେ ଘରକୁ ଫେରିବା ସମୟରେ କଲେଜ ରାସ୍ତାରେ ସାମ୍ନାପଟୁ ଏକ କାର ଧକ୍କା ଦେଇଥିଲା। କାରଟି ଧକ୍କା ଦେବାପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

publive-image

ସେପଟେ ଫେରାର ଥିବା ଡ୍ରଇଭାରକୁ ଗିରଫ ଦାବିକରି ଶତାଧିକ ଛାତ୍ରଛାତ୍ରୀ କଲେଜ ରାସ୍ତା ଉପରେ ଧାରଣା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe