ଛାତ୍ରଙ୍କ ମାଡ଼ରେ ଗୁରୁତର ଅଧ୍ୟାପକଙ୍କ ମୃତ୍ୟୁ: ୯ ମାସ ଧରି ଭିମସାରରେ ଚିକିତ୍ସିତ ହେଉଥିଲେ

ଛାତ୍ରଙ୍କ ମାଡ଼ରେ ଗୁରୁତର ଅଧ୍ୟାପକଙ୍କ ମୃତ୍ୟୁ: ୯ ମାସ ଧରି ଭିମସାରରେ ଚିକିତ୍ସିତ ହେଉଥିଲେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରଙ୍କ ମାଡ଼ରେ ଗୁରୁତର ଅଧ୍ୟାପକଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାର ୯ ମାସ ପରେ ଅଧାପକ ଅମିତ ବାରିକ ପ୍ରାଣ ହରାଇଛନ୍ତି।

publive-image   ଅଭିଯୁକ୍ତ

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ରାଜେଶ ସହିସଙ୍କ ଆକ୍ରମଣରେ ଅଧ୍ୟାପକ ଅମିତ ବାରିକ ଗୁରୁତର ହୋଇଥିଲେ। ସକାଳେ ଶ୍ରେଣୀକୁ ବିଲମ୍ବରେ ଆସିଥିବାରୁ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ଛାତ୍ର ଜଣକ ରାଗିଯାଇ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ହୋଇ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। ଅଭିଯୁକ୍ତ ଛାତ୍ରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଅଧାପକ ଅମିତ ବାରିକ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିଲେ। ଗତ ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ଅଧ୍ୟାପକଙ୍କ ପରଲୋକ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe