ପାଲେଷ୍ଟାଇନ୍‌ ଐକ୍ୟ ଓ ସଂହତି ଦିବସରେ ବାମପନ୍ଥୀ ଦଳର ପ୍ରତିବାଦ

Advertisment

ପାଲେଷ୍ଟାଇନ୍‌ ଓ ଇସ୍ରାଏଲ୍‌ ଯୁଦ୍ଧର ଅବସାନ ପାଇଁ ଅକ୍ଟୋବର ୭ରେ ବିଶ୍ୱବ୍ୟାପୀ ‘ପାଲେଷ୍ଟାଇନ୍‌ ଐକ୍ୟ ଓ ସଂହତି’ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପାଲେଷ୍ଟାଇନ୍‌ ଓ ଇସ୍ରାଏଲ୍‌ ଯୁଦ୍ଧର ଅବସାନ ପାଇଁ ଅକ୍ଟୋବର ୭ରେ ବିଶ୍ୱବ୍ୟାପୀ ‘ପାଲେଷ୍ଟାଇନ୍‌ ଐକ୍ୟ ଓ ସଂହତି’ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

sfhhsfshfs

ଭୁବନେଶ୍ୱର: ପାଲେଷ୍ଟାଇନ୍‌ ଓ ଇସ୍ରାଏଲ୍‌ ଯୁଦ୍ଧର ଅବସାନ ପାଇଁ ଅକ୍ଟୋବର ୭ରେ ବିଶ୍ୱବ୍ୟାପୀ ‘ପାଲେଷ୍ଟାଇନ୍‌ ଐକ୍ୟ ଓ ସଂହତି’ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଜା ବିରୋଧରେ ଇସ୍ରାଏଲର ଗଣସଂହାର ପ୍ରତିବାଦରେ ସିପିଆଇ, ସିପିଆଇ(ଏମ୍), ସିପିଆଇ-ଏମ୍ଏଲ୍‌(ଲିବରେସନ୍) ଓ ଫରୱାର୍ଡ ବ୍ଲକ୍‌ର କର୍ମକର୍ତ୍ତା ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପ୍ରତିବାଦରେ ଅଳିକିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ସୁର ଜେନା, ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ଜ୍ୟୋତିରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଯୁଦ୍ଧର ଅନ୍ତ ସହିତ ମାନବତାର ସୁରକ୍ଷା ପାଇଁ ସଭିଏଁ ଏକ ହେବାକୁ ନେତୃବୃନ୍ଦ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପାଣିଗ୍ରାହୀ, ବିଜୟ ଜେନା, ମହେନ୍ଦ୍ର ପରିଡ଼ା, ପ୍ରଦୀପ୍ତ ନାୟକ, ଦିଶା ଆଜାଦ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe