ପରୀ ହତ୍ୟାକାଣ୍ଡ ମାମଲା: ଜଳ ନିଷ୍କାସନ ପରେ ପୋଖରୀରୁ ମିଳିଲା ଲେଗିନ୍‌ସ

ପରୀ ହତ୍ୟାକାଣ୍ଡ ମାମଲା: ଜଳ ନିଷ୍କାସନ ପରେ ପୋଖରୀରୁ ମିଳିଲା ଲେଗିନ୍‌ସ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଘର ପଛପଟ ପୋଖରୀରୁ ମିଳିଲା ଲେଗିନ୍‌ସ। ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ଏହି ପୋଖରୀରୁ ଜଳ ନିଷ୍କାସନ କରି ଖୋଜାଖୋଜି କରିବା ପରେ ଲେଗିନ୍‌ସଟିଏ ମିଳିଛି। ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ କହିବା ଅନୁସାରେ ପରୀକୁ ହତ୍ୟା କରି ସାରି ତା’ର ମୃତଦେହ ଓ ଲେଗିନ୍‌ସକୁ ଏହି ପୋଖରୀକୁ ଫିଙ୍ଗି ଦେଇଥିଲା ଅଭିଯୁକ୍ତ।

ପ୍ରାଥମିକ ଅନୁସନ୍ଧାନ ବେଳେ ଲେଗିନ୍‌ସଟି ମିଳିପାରି ନଥିବାରୁ ଆଜି ପୋଖରୀରୁ ଜଳ ନିଷ୍କାସନ କରିଥିଲା ଏସ୍‌ଆଇଟି। ଏହି କାମରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ଙ୍କୁ ନିୟୋଜିତ କରାଯାଇଥିଲା। ପୋଖରୀରୁ ମିଳିଥିବା ଲେଗିନ୍‌ସକୁ ଜବତ କରି ଏସ୍‌ଆଇଟି ନିଜର ହେପାଜତକୁ ନେଇଛି। ପୋଖରୀରୁ ଲେଗିନ୍‌ସ ମିଳିବା ପରେ ଆହୁରି ଅନେକ ଘଟଣା ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି।

publive-image

ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହିମାସ ୨୩ରେ ପରୀର ଖଣ୍ଡବିଖଣ୍ଡିତ ଶରୀରାଂଶ ଉଦ୍ଧାର ହୋଇଥିଲା। ଦୀର୍ଘ ୪ ମାସ ଧରି ପୁଲିସ ଅନୁସନ୍ଧାନ କରୁଥିବା କହୁଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଫେଲ୍‌ ମାରିଥିଲା। ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଥିଲା। ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ୨୪ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ବରିଷ୍ଠ ଆଇପିଏସ୍ ଅରୁଣ  ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe