୨୫ରୁ ବିଧାନସଭା, ୩୦ରେ ବଜେଟ୍: ୩ ମାସ ପାଇଁ ପାରିତ ହେବ ବ୍ୟୟମଞ୍ଜୁରି ବିଲ୍‌

Advertisment
ପୁଣି ଚାଷୀ ତାତି, ଚାଲିପାରିଲାନି ପ୍ରଶ୍ନକାଳ

Telegraph India

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନର ଅବଧି ୭ ଦିନ ଥିଲା ବେଳେ ସେଥିରେ ୬ଟି କାର୍ଯ୍ୟଦିବସ ରହିଛି। ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ତେବେ ସମୟ କମ୍ ଥିବାରୁ ପୂରା ବଜେଟ୍ ୩୧ ତାରିଖ ସୁଦ୍ଧା ପାରିତ ହେବ ନାହିଁ। ତେଣୁ ପ୍ରଥମ ତିନି ମାସ ପାଇଁ ବ୍ୟୟମଞ୍ଜୁରି ବିଲ୍ ୩୧ ତାରିଖରେ ପାରିତ କରାଯିବ।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୬ ଓ ୨୮ ତାରିଖରେ (୨୭ ତାରିଖ ଛୁଟି) ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ୩୦ ତାରିଖରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ। ସେହିଦିନ ଭୋଟ୍ ଅନ୍ ଆକାଉଣ୍ଟ୍ ଉପରେ ପ୍ରସ୍ତାବ ଆଗତ ହୋଇ ଆଲୋଚନା ହେବ। ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି। ତେବେ ପ୍ରଥମେ ପଞ୍ଚାୟତ ନିର୍ବାଚନ ଓ ପରେ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ବଜେଟ୍ ଅଧିବେଶନ ବିଳମ୍ବରେ ଡକାଯାଇଛି। ତେଣୁ ଏପ୍ରିଲ୍‌ରୁ ଜୁନ୍ ଭିତରେ ପୂର୍ଣ୍ଣାଙ୍ଗ ଅଧିବେଶନ ଡକାଯାଇ ବଜେଟ୍ ପାରିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe