ବିଧାୟକ ଜଗଦ୍ଦେବଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

Advertisment
ବିଧାୟକ ଜଗଦ୍ଦେବଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ହାଇକୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଜଷ୍ଟିସ୍‌ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଶ୍ରୀ ଜଗଦ୍ଦେବଙ୍କ ଚିକିତ୍ସା ସଂପର୍କିତ ରିପୋର୍ଟ ଓ କେସ୍ ଡାଏରି ଦାଖଲ କରାଯାଇଥିଲା। ଏଥିସହିତ ତାଙ୍କ ବିରୋଧରେ ରହିଥିବା ଅପରାଧିକ ରେକର୍ଡ ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ  ସୋମବାର ଦିନ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଦେବା ଅଭିଯୋଗରେ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ପୁଲିସ ଗିରଫ କରିଥିଲା। ଏହି ଘଟଣାରେ ବିଧାୟକ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe