କୋଭାକ୍ସିନ ଟିକା ବିଷୟରେ ବିଜେଡି ସାଂସଦ ବିଭ୍ରାନ୍ତି କରୁଛନ୍ତି : ଲେଖାଶ୍ରୀ

ମହାନଦୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ: ବିଜେପି

Twitter

ଭୂବନେଶ୍ୱର : ଭାରତବର୍ଷର ଛାତ୍ରଛାତ୍ରୀମାନେ କୋଭାକ୍ସିନ୍ ଟିକା ନେଲା ପରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଏହି ଟିକାକୁ ଅଗ୍ରାହ୍ୟ କରୁଛନ୍ତି ଓ ଛାତ୍ରଛାତ୍ରୀଙ୍କର ବିଦେଶରେ ଥିବା ବିଶ୍ୱବିଦ୍ୟାଳୟରେ ଯୋଗ ଦେବାରେ ଅସୁବିଧା ଉପୁଜୁଛି ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ଗତକାଲି କହିଥିଲେ। ଏହାକୁ ସମାଲୋଚନା କରିଛି ବିଜେପି।

ଦଳର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ ବିଜେଡି ସାଂସଦ କୋଭାକ୍ସିନ୍ ଟିକାକୁ ନେଇ ଯେଉଁ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ସମ୍ପୂର୍ଣ୍ଣ ମିଥ୍ୟା, ଦ୍ବନ୍ଦ୍ବ ସୃଷ୍ଟିକାରୀ ଓ ଜନବିରୋଧୀ ଅଟେ। ଭୟର ବାତାବରଣ ସୃଷ୍ଟି କରି ଲୋକମାନଙ୍କୁ ଟିକା ନ ନେବା ପାଇଁ ସେ ପରୋକ୍ଷରେ ଓଡିଶାବାସୀଙ୍କୁ ପ୍ରବର୍ତ୍ତାଉଛନ୍ତି। କେବଳ କୋଭିଡ୍ ଟିକା ନେଇଥିଲେ ହିଁ ଜଣେ ବିଦେଶ ଯାତ୍ରା କରିପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା କୌଣସି ରାଷ୍ଟ୍ର ଏମିତି କିଛି ସର୍ତ ରଖି ନାହାନ୍ତି। ଏପରି ସ୍ଥଳେ ଶ୍ରୀ ପଟ୍ଟନାୟକଙ୍କ ମନ୍ତବ୍ୟ ଅବାନ୍ତର ଓ ଭିତ୍ତିହୀନ ଅଟେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମାନ୍ୟତା ପାଇବା ଏକ ଭିନ୍ନ ପ୍ରସଙ୍ଗ । ଏଥି ପାଇଁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କୋଭାକ୍ସିନ ଟିକା ନିମନ୍ତେ ପ୍ରକ୍ରିୟା ଜାରି ରହିଛି। ଏହି ସମୟରେ ଭାରତ ନିର୍ମିତ ଟିକାକୁ ବଦନାମ କରିବା ଏକ ଦେଶ ଓ ଜନବିରୋଧୀ କାର୍ଯ୍ୟ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe