୩ ଶିଶୁଙ୍କୁ ଶିକାର କରିଥିଲା କଲରାପତରିଆ, ଛେଳି ଖାଇବାକୁ ଆସି ଯନ୍ତାରେ ଫସିଲା

୩ ଶିଶୁଙ୍କୁ ଶିକାର କରିଥିଲା କଲରାପତରିଆ, ଛେଳି ଖାଇବାକୁ ଆସି ଯନ୍ତାରେ ଫସିଲା

ନବରଙ୍ଗପୁର: ବନ ବିଭାଗର ଉଦ୍ୟମ ସଫଳ ହୋଇଛି। ଶେଷରେ ମଣିଷ ଖିଆ କଲରାପତରିଆ ବାଘଟି ଯନ୍ତାରେ ପଡ଼ିଛି। ନରହନ୍ତା ବାଘକୁ ଧରିବାରେ ସଫଳ ହୋଇଛି ଛତିଶଗଡ ରାଜ୍ୟର ସିହାଓ୍ଵା ବନ ବିଭାଗ। ଏହି କଲାରପତରିଆଟି ୩ ଜଣ ଶିଶୁଙ୍କୁ ଶିକାର କରିଥିଲା। କିଛିଦିନ ତଳେ ଏକ ୬ ବର୍ଷର ଶିଶୁକୁ ଝାମ୍ପି ନେଇଥିଲା ଏଇ ନରହନ୍ତା ବାଘ। ଏହା ପୂର୍ବରୁ ଆଉ ୨ ଜଣକୁ ନିଜ ଶିକାର ବନେଇଥିଲା ଏହି ବାଘ।

publive-image

ସୂଚନା ଅନୁଯାୟୀ ଗତ ୧୧ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅମିତ ମର୍କାମ ନିଜ ପରିବାର ଲୋକଙ୍କ ସହ ସିହାଞ୍ଜାସ୍ଥିତ ଶୃଙ୍ଗି ରୁଷି ପାହାଡ଼କୁ ଯାଇଥିଲେ। ସେଠାରେ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ସମୟରେ ସେମାନଙ୍କୁ ଅଚାନକ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା, ଯେଉଁଥିରେ ୬ ବର୍ଷର ବାଳକ ଅମିତ ମର୍କାମଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

publive-image

ଏହା ପରେ ବନ ବିଭାଗ ୪ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲା। ତେବେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ବାଘଟି କାଳୀ ଗୁମ୍ଫା ନିକଟରେ ବସା ଯାଇଥିବା ଯନ୍ତାରେ ଥିବା ଛେଳିକୁ ଖାଇବାକୁ ଆସି ଫସି ଯାଇଥିଲା। ସେଠାରେ ଛକି ରହିଥିବା ବନ କର୍ମଚାରୀମାନେ ଶେଷରେ ବାଘଟିକୁ କାବୁ କରିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe