ସଡ଼କ ଦୁର୍ଘଟଣାରେ କଲରାପତରିଆ ମୃତ

ସଡ଼କ ଦୁର୍ଘଟଣାରେ କଲରାପତରିଆ ମୃତ

Representative Image Courtesy of Discover Wildlife

ହରଭଙ୍ଗା: ଗତରାତିରେ ବୌଦ୍ଧ-ନୟାଗଡ଼ ଜିଲ୍ଲା ସୀମାନ୍ତବର୍ତ୍ତୀ ଶାଳଭଙ୍ଗା ଅରଣ୍ୟ ଭିତର ଦେଇ ପଡ଼ିଥିବା ରାଜପଥରେ କୌଣସି ଏକ ଗାଡ଼ି ଧକ୍କା ଦେବା କାରଣରୁ ଗୋଟାଏ କଲରାପତରିଆର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ଉପରୋକ୍ତ ଦୁଇ ଜିଲ୍ଲା ସୀମାନ୍ତରେ ଥିବା ବାଇଶିପଲ୍ଲୀ ଅଭୟାରଣ୍ୟ ଅନ୍ତର୍ଗତ ଶାଳଭଙ୍ଗା ଅରଣ୍ୟରୁ ରାତି ପ୍ରାୟ ୧୧ଟା ବେଳେ ବାହାରି ଆସିଥିବା କଲରାପତରିଆଟି ଖୋର୍ଦ୍ଧା ଓ ବଲାଙ୍ଗୀର ଦେଇ ପଡ଼ିଥିବା ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ କୌଣସି ଯାନ ତାକୁ ଧକ୍କା ଦେଇଛି। ୫୭ ନମ୍ବର ଜାତୀୟ ରାଜପଥର କିଛି ଅଂଶ ଶାଳଭଙ୍ଗା ଅରଣ୍ୟ ଭିତର ଦେଇ ଯାଇଛି।

ଗାଡ଼ି ଧକ୍କା ହେତୁ ଘଟଣାସ୍ଥଳରେ ହିଁ କଲରାପତରିଆର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe