ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଅଂଶୁଘାତରେ କଲରାପତରିଆ ଗୁରୁତର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଅଂଶୁଘାତରେ କଲରାପତରିଆ ଗୁରୁତର

ନୂଆପଡା: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପ୍ରବଳ ଖରା ଯୋଗୁଁ ମନୁଷ୍ୟ ସମେତ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେଉଛନ୍ତି। ଜଙ୍ଗଲରେ ରହୁଥିବା ଜୀବଜନ୍ତୁମାନେ ପାଣି ଅଭାବ କାରଣରୁ ଅଧିକ କଷ୍ଟ ଅନୁଭବ କରଛନ୍ତି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ପଞ୍ଚାୟତ ଅନ୍ତର୍ଗତ ସିଲିଆରୀବାହାରା ଗ୍ରାମ ଜଙ୍ଗଲରେ ଏକ କଲରାପତରିଆ ବାଘ ଅଂଶୁଘାତ ଯୋଗୁଁ ଗୁରୁତର ହୋଇଛି। ଚିକିତ୍ସା ପରେ କଲରାପତରିଆ ସୁସ୍ଥ ଥିବା ଡିଏଫଓ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ସ୍ଥାନୀୟ ଲୋକମାନେ ଏହା ଦେଖିବାପରେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ପ୍ରାଥମିକ ଚିକିତ୍ସା ଦେବାପରେ ନୂଆପଡା ରେଞ୍ଜ ଅଫିସକୁ ନେଇ ଆସିଥିଲେ। ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଓ ତାଙ୍କ ଦଳ ବାଘର ସ୍ୱାସ୍ଥ୍ୟ ପରୀକ୍ଷାକରି ଆବଶ୍ୟକ ଚିକିତ୍ସା ପ୍ରଦାନ କରିଛନ୍ତି। ବର୍ତ୍ତମାନ ବାଘର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଡିଏଫଓ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି।

ସୂଚନାଯୋଗ୍ୟ ଗତ କିଛି ଦିନ ହେବ ନିୟମିତ ସୀମାନ୍ତ ଛତିଶଗଡ଼ରେ ଅବସ୍ଥିତ ଗ୍ରାମମାନଙ୍କରେ କଲରାପତରିଆ ଆତଙ୍କରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ। ନିୟମିତ ରୂପରେ ଗୃହପାଳିତ ପଶୁଙ୍କୁ ବାଘ ଖାଇବାର ଖବର ପ୍ରକାଶିତ ହେଉଥିଲା। ଆଜି ମଧ୍ୟ ସେହି ପଞ୍ଚାୟତର କଲମୀଦାଦର ଗ୍ରାମରେ ଗୋଟିଏ ବାଛୁରୀକୁ ମାରି ଖାଇଥିବାର ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଆଜି ଯେଉଁ କଲରାପତରିଆକୁ ବନବିଭାଗ ଉଦ୍ଧାର କରିଛନ୍ତି ତାହାର ବୟସ ୮ ମାସରୁ ୧ ବର୍ଷ ମଧ୍ୟରେ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ବାଘକୁ ୨ ରୁ ୩ ଦିନ ବନବିଭାଗର ତତ୍ୱବଧାନରେ ରଖାଯିବ ଓ ପରେ ବାଘକୁ ତାର ପରିବେଶରେ ଛଡ଼ାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe