ରାସ୍ତାକଡ଼ରେ ଲୁଚିଛି କଲରାପତରିଆ, କାର୍‌ରେ ଥାଇ ଫଟୋ ଉଠାଇଲେ ଲୋକେ

ରାସ୍ତାକଡ଼ରେ ଲୁଚିଛି କଲରାପତରିଆ, କାର୍‌ରେ ଥାଇ ଫଟୋ ଉଠାଇଲେ ଲୋକେ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳରେ ବାଘ ଆତଙ୍କ। ଏକ କଲରାପତରିଆ ଶନିବାର ସନ୍ଧ୍ୟାରେ ରିଆମାଳ-ରାମପାଲି ରାସ୍ତା କ୍ରସର ଆଗରେ ଦେଖା ଯାଇଥିଲା।କାରରେ ଯାଉଥିବା କିଛି ଚାଳକ ଫୋଟ ଉଠାଇ ପୁଲିସକୁ ଦେଇଥିଲେ। ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ଏବାବଦରେ ବନ ବିଭାଗକୁ ଜଣାଇଛନ୍ତି। ପୁଲିସ କର୍ମଚାରୀ ଙ୍କୁ ପଠାଇଛନ୍ତି। ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ ସଦଳବଳେ ପହଞ୍ଚି ପେଟ୍ରୋଲିଂ କରୁଛନ୍ତି। ତେବେ ଏହି ରାସ୍ତାରେ ଲୋକମାନଙ୍କୁ ଯିବାକୁ ମନା କରାଯାଇଛି। ଜଙ୍ଗଲକୁ ଯିବା ବି ମନା କରା ହୋଇଛି। ଖବର ଚାରିଆେଡ ଖେଳି ଯାଇଛି। ସମସ୍ତେ ଭୟଭୀତ ହୋଇଛନ୍ତି। କଲରାପତରିଆ କେଉଁଆଡୁ ଆସିଲା ଜଣାପଡିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe