ଭୁବନେଶ୍ୱର : ୨୦୦୬ ମସିହାରେ ଓଡ଼ିଶାକୁ କୁଷ୍ଠରୋଗ ମୁକ୍ତ ରାଜ୍ୟଭାବେ ଘୋଷଣା କରାଯାଇଥିଲା। ଘୋଷଣାର ଦଶନ୍ଧି ପରେ ରାଜ୍ୟରେ ୯୫୦୦ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। କୁଷ୍ଠ ରୋଗ ଯେପରି ଆହୁରି ଅଧିକ ନ ବ୍ୟାପେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଏପ୍ରିଲ ମାସରୁ ପୁଣି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅଭିଯାନ ସଂପର୍କରେ ଆଜି ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ସମୀକ୍ଷା କରିଥିଲେ। ରାଜ୍ୟରେ କୁଷ୍ଠ ଆକ୍ରାନ୍ତ ହାର ଗତବର୍ଷ ତୁଳନାରେ ୧୭ ପ୍ରତିଶତ ହ୍ରାସ ପାଇଛି ବୋଲି ଏହି ସମୀକ୍ଷାରୁ ଜଣାପଡ଼ିଥିବା ସରକାରୀ ଭାବେ କୁହାଯାଇଛି।
‘କୁଷ୍ଠମୁକ୍ତ’ ଘୋଷଣା ପରେ ବି ରାଜ୍ୟରୁ ହଟୁନି ରୋଗ
Advertisment
Follow Us