କୁହୁଡ଼ି ଯୋଗୁଁ କମିବ ଟ୍ରେନ୍‌ର ବେଗ

Advertisment
ପ୍ରଭାବିତ ହେବ ତିନି ଲୋକାଲ ପାସେଞ୍ଜର୍‌ ଟ୍ରେନ୍‌ ସେବା

ଚନ୍ଦ୍ରଶେଖରପୁର: ଉତ୍ତର ଭାରତରେ ହେଉଥିବା ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ପୂର୍ବତଟ ରେଳପଥ ନିରାପତ୍ତା ବିଭାଗ ଘନ କୁହୁଡ଼ି ସମୟରେ ସୁରକ୍ଷିତ ଟ୍ରେନ୍‌ ଚଳାଚଳ ପାଇଁ ନିର୍ଦେଶାବଳୀ ଜାରି କରିଛି। ଟ୍ରେନ୍‌ ଚଳାଚଳ ସମୟ ବାଧାପ୍ରାପ୍ତ ଓ ବିଳମ୍ବିତ ହେବାର ଆଶଙ୍କା ଥିଲେ ସୁଦ୍ଧା ଘନ କୁହୁଡ଼ି ଅଞ୍ଚଳରେ ଟ୍ରେନ୍‌କୁ ଧୀରେ ଚଳାଇବା ନିମନ୍ତେ ଟ୍ରେନ୍‌ ଚାଳକ ଓ ଗାର୍ଡ ମାନଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ସ୍ୱୟଂଚାଳିତ ସିଗ୍‌ନାଲ ବ୍ୟବସ୍ଥା ଥିବା ଘନ କୁହୁଡ଼ି ଅଞ୍ଚଳରେ ଟ୍ରେନ୍‌ର ସର୍ବୋଚ୍ଚ ବେଗକୁ ଘଣ୍ଟା ପ୍ରତି ୩୦ କିମି ଭିତରେ ସୀମିତ ରଖାଯିବା ଓ ଅନ୍ୟ ସିଗ୍‌ନାଲ ଥିବା ଘନ କୁହୁଡ଼ି ଅଞ୍ଚଳରେ ଟ୍ରେନ୍‌ ବେଗକୁ ଘଣ୍ଟା ପ୍ରତି ୬୦ କିମି ଭିତରେ ରଖିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଏହାଛଡ଼ା ରେଳ ଚଳାଚଳ ଗତିବିଧିକୁ ବ୍ୟବସ୍ଥିତ ଢଙ୍ଗରେ ନିୟନ୍ତ୍ରଣ କରିବା ପାଇଁ ରେଳପଥ ପକ୍ଷରୁ ୨୪ ଘଣ୍ଟିଆ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଘନ କୁହୁଡ଼ି ଥିବା ଅଞ୍ଚଳରେ ନିରାପଦ ଟ୍ରେନ୍‌ ଚଳାଚଳ ପାଇଁ ଷ୍ଟେସନ୍‌ରେ ଥିବା କର୍ମଚାରୀ, ଟ୍ରେନ୍‌ ଡ୍ରାଇଭର ଓ ଟ୍ରେନ୍‌ ଗାର୍ଡମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ଆବଶ୍ୟକ ସ୍ଥଳେ ଟ୍ରେନ୍‌ ଗତିର ନିୟନ୍ତ୍ରଣ ଓ ଚକ୍‌ମକ୍‌ କରୁଥିବା ଆଲୋକ ବତୀ ଜଳାଇ ଶେଷ ବଗିର ଅବସ୍ଥିତି ଜଣାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଘନ କୁହୁଡ଼ି କାରଣରୁ ପୂର୍ବତଟ ରେଳପଥ ଦେଇ ଉତ୍ତର ଭାରତ ସହିତ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକ ପ୍ରଭାବିତ ହେଉଛନ୍ତି। ବହୁ ଟ୍ରେନ୍‌ ଏବେ ପରିବର୍ତିତ ସମୟରେ ଯାତାୟାତ କରୁଥିବାରୁ ହେଲ୍ପ ଲାଇନ ନମ୍ବର ୧୩୯କୁ ଯୋଗାଯୋଗ କରି ଟ୍ରେନ୍‌ ସମ୍ବନ୍ଧରେ ଯାତ୍ରା ପୂର୍ବରୁ ଅବଗତ ହେବାକୁ ଯାତ୍ରୀମାନଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe