ନବ ଦାସଙ୍କ ପରିବାର ଠିକଣାରେ ଆୟକର ଚଢ଼ଉ: ଘର, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନରେ ଧରପଗଡ଼

Advertisment

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ଠିକଣାରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ଠିକଣାରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି।

dgdgdg

ଭୁବନେଶ୍ବର/ସମ୍ବଲପୁର/ଝାରସୁଗୁଡ଼ା/ସୁନ୍ଦରଗଡ଼: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ଠିକଣାରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଭୋର୍‌ ୫ଟାରୁ ଏହି ଚଢ଼ଉ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ଟାରେ ଖବର ଲେଖାହେବା ଯାଏଁ ଆୟକର ବିଭାଗର ୧୦ ଜଣିଆ ଟିମ୍‌ ଘର ଭିତରେ ବିଭିନ୍ନ କାଗଜପତ୍ର ଯାଞ୍ଚ ଚଳାଇଥିଲେ। ତେବେ ଏହି ଚଢ଼ଉରୁ କ’ଣ ମିଳିଛି, ସେ ସଂପର୍କରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ୨୦୨୩ ଏପ୍ରିଲ ଓ ମେ’ ମାସରେ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ  ୪ଟି କମ୍ପାନିର ପାର୍ଟନର ହୋଇଥିବାବେଳେ ଏହି କମ୍ପାନିଗୁଡ଼ିକ ଝାରସୁଗୁଡ଼ା ବଡ଼ମାଲର ବୋଲି ଦର୍ଶାଯାଇଛି। ତେଣୁ ଏହି କମ୍ପାନି ଲିଙ୍କ୍‌ରେ ଶ୍ରୀ ଦାସଙ୍କ ବାସଭବନରେ କାଗଜପତ୍ର ଯାଞ୍ଚ ହେଉଥିବା ଚର୍ଚ୍ଚା ହେଉଛି। ଆଜି ସକାଳୁ ଶ୍ରୀ ଦାସଙ୍କ ପରିବାରବର୍ଗ ନିଦରୁ ଉଠିବା ପୂର୍ବରୁ ଆୟକର ବିଭାଗର ୨ଟି ଟିମ୍‌ ତାଙ୍କ ଘର କବାଟ ବାଡ଼େଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶ୍ରୀ ଦାସଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିଲା। 

ଘର, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନରେ ଧରପଗଡ଼
ବାୟୋଫୁଏଲ୍‌ ବ୍ୟବସାୟ, ପୁଞ୍ଜିନିବେଶ କାଗଜପତ୍ର ଯାଞ୍ଚ

ସମ୍ବଲପୁରରୁ ମିଳିଥିବା ସୂଚନା ମୁତାବକ, ଗୁରୁବାର ଭୋର୍‌ରୁ ସ୍ବର୍ଗତ ଦାସ ଓ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ବାସଭବନରେ ଆୟକର ବିଭାଗର ଚଢ଼ଉ‌ ଆରମ୍ଭ ହୋଇଥିଲା। ଭୋର୍‌ ସାଢ଼େ ୪ଟାରେ ସମ୍ବଲପୁର ଭିଏସ୍ଏସ୍‌ ମାର୍ଗସ୍ଥିତ ହୋଟେଲ ମାଣ୍ଡାରିନ୍‌ (ନିକି) ଓ ଭାଲୁପାଲିସ୍ଥିତ ଡି-ଲାଉଞ୍ଜ୍‌ରେ ଆୟକର ଚଢ଼ଉ ହୋଇଥିଲା। ହୋଟେଲ ଭିତରକୁ ପଶିବା ପରେ ହୋଟେଲର କୌଣସି ଅଧିକାରୀ ଓ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ ଦିଆଯାଇନଥିଲା। ସେହିପରି ସ୍ବର୍ଗତ ଦାସଙ୍କ ସମ୍ବଲପୁର ମୁଦିପଡ଼ାସ୍ଥିତ ବାସଭବନରେ ବି ଚଢ଼ଉ ହୋଇଛି। ବାୟୋଫୁଏଲ୍‌ ବ୍ୟବସାୟରେ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ କରିଥିବା ପୁଞ୍ଜିନିବେଶର କାଗଜପତ୍ର ଯାଞ୍ଚ ହୋଇଥିବା କୁହାଯାଉଛି। ଏହାଛଡ଼ା ନବଙ୍କ ଜଣେ ଘନିଷ୍ଠ ସହଯୋଗୀ ବୁଲୁ ବିଶ୍ବାଳ ଓ ରେଙ୍ଗାଲିର ଜଣେ ମିଲ୍‌ ମାଲିକଙ୍କ ବାସଭବନରେ ବି ଚଢ଼ଉ ହୋଇଥିବା ସୂଚନା ମିଳିଛି। ବିଶାଳ ଦାସ ଏବଂ ବୁଲୁ ଗୋଟିଏ କଂପାନିର ଗୁରୁତ୍ବପୂର୍ଣ୍ଣ ପଦରେ ଥିବା ଜଣାପଡ଼ିଛି। ସେହିପରି ରେଙ୍ଗାଲିର ମିଲ୍‌ ମାଲିକ ନବ ଦାସଙ୍କ ପରିବାର ସହିତ  କୋଇଲା ବ୍ୟବସାୟରେ ସଂପୃକ୍ତ ରହିଥିବା କୁହାଯାଉଛି। ଖବର ଲେଖାଯିବା ସମୟ (ସନ୍ଧ୍ୟା ସାଢ଼େ ୭ଟା) ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା। କିଛି ମାସ ପୂର୍ବରୁ ସ୍ବର୍ଗତ ନବ ଦାସଙ୍କ ଭାଇ ତଥା ବିଶିଷ୍ଟ ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ମଧ୍ୟ ଆୟକର ଚଢ଼ଉ ହୋଇଥିଲା। ଆଜି ମଧ୍ୟ ତାଙ୍କ ଠିକଣାରେ ପହଞ୍ଚି ଆୟକର ଟିମ୍ କାଗଜପତ୍ର ଯାଞ୍ଚ କରିଛି।

ଅନ୍ୟପକ୍ଷରେ ସ୍ବର୍ଗତ ଦାସଙ୍କ ବ୍ୟାବସାୟିକ ବନ୍ଧୁ ତଥା ସୁନ୍ଦରଗଡ଼ ମାତାରାଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘର ସମେତ ୩ଟି ସ୍ଥାନରେ ଆଜି ଭୋର ୫ଟାରୁ ଆୟକର ବିଭାଗ ଚଢ଼ଉ କରିଥିଲା। ସୁନ୍ଦରଗଡ଼ ମିସନରୋଡ୍‌ସ୍ଥିତ ବାସଭବନ, ମେଡିକାଲ ଛକସ୍ଥିତ ଅଫିସ ଓ କନ୍ଦାବହାଲ ୱାର୍କସପ୍‌ରେ ଏକକାଳୀନ ଚଢ଼ଉ କରାଯାଇଥିବା ଖବର ମିଳିଛି। ସମ୍ବଲପୁର ଓ ଭୁବନେଶ୍ବରରୁ ୮ଟି ଇନୋଭାରେ ଆସିଥିବା ୨୦ରୁ ଊର୍ଦ୍ଧ୍ବ ଆୟକର ଅଧିକାରୀ ଚଢ଼ଉରେ ସାମିଲ ହୋଇଥିଲେ। କୋଇଲା ବ୍ୟବସାୟ ସମ୍ପର୍କିତ ସମସ୍ତ କାଗଜପତ୍ର ଆୟକର ଟିମ୍‌ ଯାଞ୍ଚ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe