ବର୍ଷା ନେଇ ସବୁ ସିଡିଏମ୍‌ଓଙ୍କୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଚିଠି: ଜଳ, କୀଟବାହିତ ରୋଗ ଉପରେ ନିରୀକ୍ଷଣ ବଢ଼ାଅ

Advertisment
ବର୍ଷା ନେଇ ସବୁ ସିଡିଏମ୍‌ଓଙ୍କୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଚିଠି: ଜଳ, କୀଟବାହିତ ରୋଗ ଉପରେ ନିରୀକ୍ଷଣ ବଢ଼ାଅ

ଭୁବନେଶ୍ବର : ଲଘୁଚାପ ପାଇଁ ରାଜ୍ୟରେ ଦୁଇ ଦିନ ହେବ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଏହାକୁ ନଜରରେ ରଖି ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଏକ ସ୍ବାସ୍ଥ୍ୟ କଣ୍ଟ୍ରୋଲରୁମ୍ ଖୋଲିବା ସହ ନୋଡାଲ ଅଧିକାରୀ ନିୟୋଜିତ କରିବା ଲାଗି ସବୁ ସିଡିଏମ୍‌ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇଡିଏସ୍‌ସପି ସେଲ୍‌ ସହ ଯୋଗାଯୋଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଚିଠି ଲେଖିଛନ୍ତି।

ବର୍ଷା ପାଇଁ ଜନସ୍ବାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ସମ୍ବେଦନଶୀଳନ ବ୍ଲକ୍ ଓ ଗ୍ରାମର ମ୍ୟାପିଂ କରିବା ସହ ଆବଶ୍ୟକ ଔଷଧ ଓ କୀଟାଣୁନାଶକ ମହଜୁଦ ରଖିବା ଲାଗି କୁହାଯାଇଛି। ବ୍ଲକ୍ ଓ ଜିଲ୍ଲାରେ ଆର୍‌ଆର୍‌ଟି ଟିମ୍ ପ୍ରସ୍ତୁତ ରହିବା ସହିତ ନିୟମିତ ଭାବେ ପିଇବା ପାଣି ଯେଭଳି ଉପଲବ୍ଧ ହୋଇପାରିବ, ତାହାର ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପାଣି ଛାଡ଼ିବା ପରେ ଜଳ ଉତ୍ସଗୁଡ଼ିକରୁ ବିଶୋଧନ ସହ ଜଳ, କୀଟ ଓ ଅନ୍ୟ ସଂକ୍ରମିତ ରୋଗ ଉପରେ ନିରୀକ୍ଷଣ ବଢ଼ାଇବା ଉପରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe