ଚର୍ଚ୍ଚାରେ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ଚିଠି: ନିର୍ଭୁଲ ଲେଖିବା ଚିଠିରେ ଗୁରୁଚଣ୍ଡାଳ ତ୍ରୁଟି

Advertisment
ଅନୁଦାନ ବିଜ୍ଞପ୍ତି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ

dhe odisha

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖାଯିବା ନେଇ ବିଭାଗୀୟ ଯୁଗ୍ମ ଶାସନ ସଚିବ ସ୍ନିଗ୍ଧା ଚମ୍ପତିରାୟଙ୍କ ଚିଠିକୁ ନେଇ ଏବେ ଚର୍ଚ୍ଚା। ନିର୍ଭୁଲ ଓଡ଼ିଆରେ ଲେଖିବାକୁ ଯୁଗ୍ମ ସଚିବ ସରକାରୀ ସ୍ନାତକ ମହାବିଦ୍ୟାଳୟ ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଅନେକ ଗୁରୁଚଣ୍ଡାଳ ତ୍ରୁଟି ପରିଲକ୍ଷିତ ହୋଇଛି। ନାମଫଳକ ଓଡ଼ିଆ ଭାଷାରେ ‘ନିର୍ଭୁଲ ଭାବରେ’ ଲେଖିବା ପାଇଁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ଚିଠିଟି ଆଦୌ ନିର୍ଭୁଲ ଭାବରେ ଲେଖାଯାଇ ନାହିଁ। ଯାହାକୁ ନେଇ ସଚେତନ ନାଗରିକ ନାରାୟଣ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି।

ଏସମ୍ପର୍କରେ ଚିଠି ଲେଖି ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ଶ୍ରୀ ମହାନ୍ତି ଦ‌ର୍ଶାଇଛନ୍ତି ‌ଯେ ଯୁଗ୍ମ ସଚିବଙ୍କ ଚିଠିର ବିଷୟରେ ‘ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ’ ବୋଲି ଲେଖାଯାଇଛି। ଏହା ଏକ ଗୁରୁଚଣ୍ଡାଳ ଦୋଷ ଅଟେ। ଦ୍ବିତୀୟରେ ‘ଅକ୍ଷୁଣ୍ଣ’ ଶବ୍ଦରେ ରେଫ୍‌ ‌ରୁହେ ନାହିଁ। ଅର୍ଥାତ୍‌ ‘ଅକ୍ଷୁର୍ଣ୍ଣ’ ବଦଳରେ ‘ଅକ୍ଷୁଣ୍ଣ’ ଲେଖାଯିବାର ଥିଲା। ଅକ୍ଷୂର୍ଣ୍ଣତା ବୋଲି କୌଣସି ଶବ୍ଦ ନାହିଁ। ଏହାର ପ୍ରୟୋଗ ଭାଷାକୁ ବିକୃତ କରୁଛି। ‘ଆବଶ୍ୟକୀୟ’ ଶବ୍ଦ ଅଶୁଦ୍ଧ; ‘ଆବଶ୍ୟକ’ ଶୁଦ୍ଧ। ଅଶୁଦ୍ଧ ଶବ୍ଦର ବ୍ୟବହାର ବର୍ଜନୀୟ। ଚିଠିର ପ୍ରଥମ ବାକ୍ୟରେ ଦୁଇଥର ‘ପା‌ଇଁ’ ଶବ୍ଦ ବ୍ୟବହୃତ ହୋଇଛି। ଏହା ଆଦୌ ସ୍ପୃହଣୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe