ଖଣ୍ଡପଡ଼ା: ଖଣ୍ଡପଡ଼ା ଏନ୍ଏସି ଅଧୀନ ବିଭିନ୍ନ ୱାର୍ଡରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ସନ୍ଧ୍ୟାରେ ସହରାଞ୍ଚଳ ଅଧୀନ ସୌମ୍ୟବିହାର ପରିସରରେ ସଂଘ ପକ୍ଷରୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ ସହ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିବା ସୂଚନା ମିଳିଛି। ୮ ଦଫା ଦାବି ନେଇ ଗତ ୨ ତାରିଖରୁ ବ୍ଲକ୍ର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ଶିଶୁଖାଦ୍ୟ ଓ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଶହ ଶହ ଶିଶୁ। ସଂଘ ପକ୍ଷରୁ ଦୀର୍ଘ ୨୫ ଦିନ ହେବ ଆନ୍ଦୋଳନ ଚାଲିଥିଲେ ସୁଦ୍ଧା ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us