ଖେଳପଡ଼ିଆ ଜମିରେ ସରକାରୀ ବାସଗୃହ ନିର୍ମାଣ ନକରିବାକୁ ଭୁବନେଶ୍ବର ସାଂସଦଙ୍କ ଚିଠି

ଖେଳପଡ଼ିଆ ଜମିରେ ସରକାରୀ ବାସଗୃହ ନିର୍ମାଣ ନକରିବାକୁ ଭୁବନେଶ୍ବର ସାଂସଦଙ୍କ ଚିଠି

ଖୋର୍ଦ୍ଧା: ଖେଳପଡ଼ିଆ ଜମିରେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସରକାରୀ ବାସଗୃହ ନିର୍ମାଣ କରିବାକୁ ଯୋଜନା କରାଯାଉଛି। ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ଭବିଷ୍ୟତ କ୍ରୀଡ଼ାର ବିକାଶ ପାଇଁ ଖେଳପଡ଼ିଆରେ କୌଣସି ନିର୍ମାଣ ନକରିବାକୁ ଅନୁରୋଧକରିଛନ୍ତି।

୧୪ ତାରିଖରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ  ଜିଲ୍ଲାପାଳଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଥିଲେ। ଆଜି ୱାର୍ଡ ନମ୍ବର ୪, ୫, ୬,୮ ଓ ୯ର ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ଏନେଇ ଆଉ ଏକ ସ୍ମାରକପତ୍ର ଦେଇଛନ୍ତି। ଏନେଇ ନିକୁଞ୍ଜ ପଟ୍ଟନାୟକ କହିଛନ୍ତି ଯେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମ୍ମୁଖରେ ଥିବା ସରକାରୀ ଜମିକୁ ୱାର୍ଡ ବାସିନ୍ଦା ଖେଳ ପଡ଼ିଆ ଓ ଉତ୍ସବ-ସଭାସମିତିର ଆୟୋଜନ ପାଇଁ ବ୍ୟବହାର କରୁଥିଲେ। ତେବେ ବର୍ତମାନ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସେହି ପଡ଼ିଆର ପ୍ରାୟ ତିନି ଭାଗରୁ ଭାଗେ ଜମି ଅଧିଗ୍ରହଣ କରି ସରକାରୀ ବାସଗୃହ ନିର୍ମାଣ କରିବା ଆରମ୍ଭ କରିଛି। ଏନେଇ ପୂର୍ବେ ପୌର ପରିଷଦ କର୍ତୃପକ୍ଷଙ୍କୁ ସ୍ଥାନୀୟ ବାସିନ୍ଦା ଜଣାଇଥିଲେ। ପୌର ପରିଷଦ କୌଣସି ପଦକ୍ଷେପ ନନେବାରୁ ସେମାନେ ସାଂସଦଙ୍କୁ ଜଣାଇଥିଲେ। ସାଂସଦ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହା ପରେ ଆଜି ସେମାନେ ଜିଲ୍ଲାପାଳଙ୍କୁ ଭେଟି ସେଠାରେ ନିର୍ମାଣ ନକରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe