ପୁରୀ ସହ ଶ୍ରୀଜଗନ୍ନାଥଙ୍କ ନାମ ଯୋଡ଼ିବା ନେଇ ୧୪୭ ବିଧାୟକଙ୍କୁ ଚିଠି

ପୁରୀ ସହ ଶ୍ରୀଜଗନ୍ନାଥଙ୍କ ନାମ ଯୋଡ଼ିବା ନେଇ ୧୪୭ ବିଧାୟକଙ୍କୁ ଚିଠି

ପୁରୀ : ପୁରୀର ନାମ ସହ ଶ୍ରୀଜଗନ୍ନାଥଙ୍କ ନାମ ଯୋଡିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛି ଶ୍ରୀଜଗନ୍ନାଥ ସେନା। ଏହି ଦାବିରେ ଆଜି ଓଡ଼ିଶାର ୧୪୭ଜଣ ବିଧାୟକଙ୍କୁ ଚିଠି ଲେଖିଛି ସଂଗଠନ। ପୁରୀ ପୋଷ୍ଟ୍‌ ଅଫିସ ମୁଖ୍ୟ କାର୍ଯ୍ୟାଳୟଠାରେ ଥିବା ଚିଠି ବାକ୍ସରେ ସଂଗଠନର କର୍ମକର୍ତ୍ତା ୧୪୭ ବିଧାୟକଙ୍କ ନାମ ଲେଖି ପକାଇଛନ୍ତି।

ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତ ଯେ ଆଜି ସଂଗଠନ ପକ୍ଷରୁ ୧୪୭ଜଣ ବିଧାୟକଙ୍କୁ ପୋଷ୍ଟାଲ୍ ମାଧ୍ୟମରେ ଚିଠି ଲେଖି ଏହି ଦାବି ପ୍ରତି ସହମତି ଲୋଡ଼ିଛୁ। ଓଡ଼ିଆ ଜାତିର ପରିଚୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନାମ ପୁରୀ ସହ ଯୋଡ଼ିହେଲେ ପୁରୀର ନାମ ଉଚ୍ଚାରଣ ବେଳେ ଦେଶ ବିଦେଶର ଲୋକେ କେବଳ ମହାପ୍ରଭୁଙ୍କ ନାମ ଉଚ୍ଚାରଣ କରିବେନି, ଏହାଦ୍ବାରା ମହାପ୍ରଭୁଙ୍କ ସଂସ୍କୃତି, ଐତିହ୍ୟ ବି ପ୍ରଚାରପ୍ରସାର ହୋଇପାରିବ। ପୂର୍ବରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କୁ ବି ଦାବିପତ୍ର ପ୍ରଦାନ କରାଯାଇଛି। ଏବେ ସମସ୍ତ ବିଧାୟକଙ୍କୁ ଅବଗତ କରୁଛୁ ଯେ ଦଳମତ ନିର୍ବିଶେଷରେ ସମସ୍ତେ ଜଗନ୍ନାଥଙ୍କ ପାଇଁ ଏକ ହୁଅନ୍ତୁ। ବିଧାନସଭାରେ ଏହି ପ୍ରସ୍ତାବ ପାରିତ କରିବା ଦିଗରେ ଚେଷ୍ଟା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe