IndiaToday
ଭୁବନେଶ୍ବର : ରାଜ୍ୟରେ ପ୍ରିକସନ୍ ଡୋଜ୍ ଟିକାକରଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସହାୟତା ଲୋଡ଼ିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ପ୍ରିକସନ୍ ଡୋଜ୍ ଟିକା ନେଇପାରି ନ ଥିବା ଲୋକଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଲାଗି ଅନୁରୋଧ କରିଛନ୍ତି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ନଭେମ୍ବର ୨୮ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଯୋଗାଣ ବନ୍ଦ ହୋଇଛି। ଚୀନ୍ ସମେତ ଜାପାନ, ଆମେରିକା ଭଳି ଦେଶରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ପ୍ରିକସନ୍ ଡୋଜ୍ ଟିକାର ଆବଶ୍ୟକତା ରହିଛି। ରାଜ୍ୟରେ ୧୮ବର୍ଷରୁ ଅଧିକ ୩.୨୫ କୋଟି ଜନସାଧାରଣ ପ୍ରିକସନ୍ ଡୋଜ୍ ନେବାକୁ ଯୋଗ୍ୟ ଥିବାବେଳେ ତହିଁରୁ ୧.୩୧ କୋଟି ଲୋକ ପ୍ରିକସନ୍ ଡୋଜ୍ ଟିକା ନେଇପାରିଛନ୍ତି। ଏବେ ବି ୧.୯୩ କୋଟି(୫୯%) ଲୋକ ପ୍ରିକସନ୍ ଡୋଜ୍ ଟିକା ଅପେକ୍ଷାରେ ରହିଛନ୍ତି। ୧୨ ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନରେ ମିଳୁଛି ଟିକା ରାଜ୍ୟରେ ଏବେ ୧୨ଟି ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନରେ ଟିକା ଉପଲବ୍ଧ ହେଉଛି। ଆପୋଲୋ, ଆମ୍ରି, ସିମ୍ପ୍ଲି କେୟାର, ଅଶ୍ବିନୀ, ଲାଡିସ୍କ ଲାବ୍, ଅନୁଗୁଳ, ବାଲେଶ୍ବର, କଟକ, ଢେଙ୍କାନାଳ ଓ ସୁନ୍ଦରଗଡ଼ର ଘରୋଇ ହସ୍ପିଟାଲରେ ଲୋକମାନେ ଟିକା ନେଇପାରିବେ।
Follow Us