ଲେଉଟିଲା ବର୍ଷା, ବେହାଲ ମାଲକାନଗିରି: ପୁଣି ବୁଡ଼ିଗଲା ୪ ପୋଲ

Advertisment

ଲଘୁଚାପ ଯୋଗୁ ମାଲକାନଗିରି ଜିଲ୍ଲାକୁ ଲେଉଟିଲା ବଡ଼ବର୍ଷା। ପ୍ରବଳ ବର୍ଷା ଯୋଗୁ ଜିଲ୍ଲା ବେହାଲ ହୋଇଥିଲା ବେଳେ ଯୋଗାଯୋଗ ବ୍ୟବସ୍ଥା ସର୍ବାଧିକ ପ୍ରଭାବିତ ହୋଇଛି। ମାଲକାନଗିରି ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥରେ ୪ଟି ପୋଲ ସଂପୂର୍ଣ୍ଣ ବୁଡ଼ିଯାଇଛି।

ଲଘୁଚାପ ଯୋଗୁ ମାଲକାନଗିରି ଜିଲ୍ଲାକୁ ଲେଉଟିଲା ବଡ଼ବର୍ଷା। ପ୍ରବଳ ବର୍ଷା ଯୋଗୁ ଜିଲ୍ଲା ବେହାଲ ହୋଇଥିଲା ବେଳେ ଯୋଗାଯୋଗ ବ୍ୟବସ୍ଥା ସର୍ବାଧିକ ପ୍ରଭାବିତ ହୋଇଛି। ମାଲକାନଗିରି ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥରେ ୪ଟି ପୋଲ ସଂପୂର୍ଣ୍ଣ ବୁଡ଼ିଯାଇଛି।

dagdagd

ମାଲକାନଗିରି: ଲଘୁଚାପ ଯୋଗୁ ମାଲକାନଗିରି ଜିଲ୍ଲାକୁ ଲେଉଟିଲା ବଡ଼ବର୍ଷା। ପ୍ରବଳ ବର୍ଷା ଯୋଗୁ ଜିଲ୍ଲା ବେହାଲ ହୋଇଥିଲା ବେଳେ ଯୋଗାଯୋଗ ବ୍ୟବସ୍ଥା ସର୍ବାଧିକ ପ୍ରଭାବିତ ହୋଇଛି। ମାଲକାନଗିରି ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥରେ ୪ଟି ପୋଲ ସଂପୂର୍ଣ୍ଣ ବୁଡ଼ିଯାଇଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଆମ୍ବୁଲାନ୍ସ, ବସ୍, ଟ୍ରକ୍ ଅଟକି ରହିଛି। ତେଣୁ ମାଲକାନଗିରିରୁ ମୋଟୁ ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଶୁକ୍ରବାର ରାତିରେ ଲଗାଣ ବର୍ଷା ଯୋଗୁ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ବୁଡ଼ିଯାଇଛି। ପ୍ରାୟ ୩ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁ ଯାତାୟାତ ଠପ୍ ହୋଇଯାଇଛି। କାଙ୍ଗୁରୁକୋଣ୍ଡା ପୋଲ ସହିତ ପୋଟେରୁ, କନ୍ୟାଶ୍ରମ, ଏମ୍‌ଭି-୯୦ ନିକଟସ୍ଥ ପୋଲ ମଧ୍ୟ ବୁଡ଼ିଯାଇଛି। ପୋଲ ଉପରେ ୩ଫୁଟ୍‌ ଉଚ୍ଚରେ ପାଣି ଚାଲିଥିଲା। କାଲିମେଳା ପୁଲିସ ଏବଂ ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ୱରେ ନାଲିଫିତା ଟଣାଯାଇ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଯାହାଫଳରେ ଶହ ଶହ ଲୋକ ରାସ୍ତାର ଉଭୟ ପାର୍ଶ୍ବରେ ଫସି ରହିଛନ୍ତି।

ପୁଣି ବୁଡ଼ିଗଲା ୪ ପୋଲ
୩ ରାଜ୍ୟକୁ ଯାତାୟାତ ବିଚ୍ଛିନ୍ନ

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ମାଲକାନଗିରି ବ୍ଲକରେ ଗତ ୨୪ଘଣ୍ଟା ମଧ୍ୟରେ ୧୦୭ମିଲିମିଟର ବର୍ଷା ହୋଇଛି। ସେହିପରି ମାଥିଲିରେ ୧୨ମିମି, ଖଇରପୁଟ ବ୍ଲକରେ ୫୮ମିମି, ଚିତ୍ରକୋଣ୍ଡା ବ୍ଲକରେ ୧୪ମିମି, କୋରୁକୋଣ୍ଡା ବ୍ଲକରେ ୨୮ମିମି, କାଲିମେଳା ବ୍ଲକରେ ୩୩ମିମି, ପଡିଆ ବ୍ଲକରେ ୨୨ମିମି (ମୋଟ ୨୭୪ ମିମି) ବର୍ଷା ରେକର୍ଡ କରାଯାଇଛି। ଝିପ୍‌ଝିପ୍‌ ବର୍ଷା ଲାଗିରହିଥ‌ିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ପ୍ରାୟ ୪ଫୁଟ୍‌ ପାଣି ପ୍ରବାହିତ ହେଉଛି। ତେଣୁ କାଲିମେଳାରୁ ପଡ଼ିଆକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe