ଗ୍ରନ୍ଥାଗାରିକ ଅବକାଶ ଜେନାଙ୍କ ପରଲୋକ

Advertisment
ଗ୍ରନ୍ଥାଗାରିକ ଅବକାଶ ଜେନାଙ୍କ ପରଲୋକ

ଭୁବନେଶ୍ୱର  : କୋଲକାତାସ୍ଥିତ ଜାତୀୟ ଗ୍ରନ୍ଥାଗାରର ଅବସରପ୍ରାପ୍ତ ଓଡିଆ ଗ୍ରନ୍ଥାଗାରିକ ଅବକାଶ ଜେନାଙ୍କର ଗତ ଜାନୁଆରି ୩୧ ତାରିଖ ଅପରାହ୍ନ ୪ଟା ୩୦ ମିନିଟରେ ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ନିଜର କନ୍ୟା ସନ୍ଧ୍ୟା ଜେନାଙ୍କ କଳ୍ପନା ଫ୍ଲାଟ୍ ସ୍ଥିତ ବାସଭବନରେ ରହୁଥିଲେ।ଶ୍ରୀ ଜେନା ଅବସର ଗ୍ରହଣ ପରେ ମଧ୍ୟ ଓଡ଼ିଶାର ପାଠାଗାର ଆନ୍ଦୋଳନ ସହ ଘନିଷ୍ଠ ଭାବେ ଜଡ଼ିତ ଥିଲେ।
ସ୍ବର୍ଗତ ଜେନା ୧୯୩୧ ମସିହା ଅକ୍ଟୋବର ୩୧ ତାରିଖ ଦିନ ବାଙ୍କି ଡମପଡାର ନିସ୍ତିପୁର ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ସେହି ଜନ୍ମମାଟିରେ ସଂପନ୍ନ ହୋଇଯାଇଛି। ତାଙ୍କର ବିୟୋଗରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ଅବସରପ୍ରାପ୍ତ ଗ୍ରନ୍ଥାଗାରିକ ବାମନ ପରିଡ଼ା, ସାଫଲ୍ୟ ନନ୍ଦୀଙ୍କ ସମେତ ପାଠାଗାର ଆନ୍ଦୋଳନ ସହ ଜଡ଼ିତ ବହୁ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଗ୍ରନ୍ଥାଗାରିକ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe