ଫସିଗଲେ ଏଲ୍‌ଆଇସି ପ୍ରଶାସନିକ ଅଧିକାରୀ: ନିବେଶ ଆଳରେ ହରାଇଲେ ୭୮ ଲକ୍ଷ

Advertisment

କଟକ ବିଡ଼ାନାସୀରେ ରହୁଥିବା ଏଲ୍‌ଆଇସିର ଏଓ (ପ୍ରଶାସନିକ ଅଧିକାରୀ) ସାଇବର୍ ଠକଙ୍କ ଜାଲରେ ପଡ଼ିଛନ୍ତି। ଷ୍ଟକ୍‌ ମାର୍କେଟ୍‌ରେ ନିବେଶ କରିବାର ଲୋଭ ଦେଖାଇ ସାଇବର୍ ଠକମାନେ ୭୮ ଲକ୍ଷ ଟଙ୍କା ଠକି ନେଇଛନ୍ତି।

କଟକ ବିଡ଼ାନାସୀରେ ରହୁଥିବା ଏଲ୍‌ଆଇସିର ଏଓ (ପ୍ରଶାସନିକ ଅଧିକାରୀ) ସାଇବର୍ ଠକଙ୍କ ଜାଲରେ ପଡ଼ିଛନ୍ତି। ଷ୍ଟକ୍‌ ମାର୍କେଟ୍‌ରେ ନିବେଶ କରିବାର ଲୋଭ ଦେଖାଇ ସାଇବର୍ ଠକମାନେ ୭୮ ଲକ୍ଷ ଟଙ୍କା ଠକି ନେଇଛନ୍ତି।

scscssd

କଟକ: କଟକ ବିଡ଼ାନାସୀରେ ରହୁଥିବା ଏଲ୍‌ଆଇସିର ଏଓ (ପ୍ରଶାସନିକ ଅଧିକାରୀ) ସାଇବର୍ ଠକଙ୍କ ଜାଲରେ ପଡ଼ିଛନ୍ତି। ଷ୍ଟକ୍‌ ମାର୍କେଟ୍‌ରେ ନିବେଶ କରିବାର ଲୋଭ ଦେଖାଇ ସାଇବର୍ ଠକମାନେ ୭୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏହି ଘଟଣାରେ କଟକ ସାଇବର୍ ଥାନା ପୁଲିସ ୬ ଜଣଙ୍କୁ ବଲାଙ୍ଗୀରରୁ ଗିରଫ କରିଛି। ମାଷ୍ଟର୍‌ମାଇଣ୍ଡ୍‌ଙ୍କୁ ଗିରଫ କରିବାକୁ ଏକ ଟିମ୍ ଦିଲ୍ଲୀ ଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଜୁବା ଅଞ୍ଚଳର ବିଜୟ କୁମାର ମେହେର(୨୮), ପଲେସିରାର ବିଶ୍ବମ୍ବର ଖର୍ସେଲ(୨୭), ପାଟଣାଗଡ଼ ଥାନା ବାଥର୍ଲାର ରାଜେଶ ତଣ୍ଡି(୨୦), ବଡ଼ପଡ଼ାର ଅନୀଲ ନାୟକ(୨୧), ଜେଲ୍‌ଲାଇନ୍‌ପଡ଼ାର ସୀତାରାମ ମେହେର(୧୯), ସୁନାମୁଦିର ଦୀପକ ଧରୁଆ(୨୪)। ରାଜେଶ ଯୁକ୍ତ ତିନି ପଢ଼ୁଥିବା ବେଳେ ଦୀପକ ଯୁକ୍ତ ଦୁଇ ଫେଲ୍ ହୋଇ ସୁରକ୍ଷା କର୍ମୀ ଚାକିରି କରୁଥିଲା। ବିଜୟ, ବିଶ୍ବମ୍ବର, ଅନୀଲ ଓ ଶ୍ରୀତମ ଯୁକ୍ତ ତିନି ବିଜ୍ଞାନ ପଢ଼ିଛନ୍ତି। ଏମାନେ ଦିଲ୍ଲୀର ସାଇବର୍ ଅପରାଧୀ ଗୋଷ୍ଠୀଙ୍କ ସମ୍ପର୍କରେ ଆସିବା ପରେ ଏଭଳି ଠକେଇ କାରବାର ଚଳାଇ ଆସୁଥିଲେ। 

ବଲାଙ୍ଗୀରରୁ ଧରାପଡ଼ିଲେ ୬ ସାଇବର୍ ଠକ
ଦିଲ୍ଲୀରେ ଲୁଚିଛି ମାଷ୍ଟରମାଇଣ୍ଡ୍‌

ଗତ ଫେବ୍ରୁଆରିରେ ଏଲ୍‌ଆଇସିର ପ୍ରଶାସନିକ ଅଧିକାରୀ ଟେଲିଗ୍ରାମ୍‌ ଆଇଡି ମାଧ୍ୟମରେ ସ୍ପ୍ରେଡେକ୍ସ ଗ୍ଲୋବାଲ୍‌ ଏଲ୍‌ଟିଡି ନାଁରେ ଥିବା ଏକ ଟ୍ରେଡିଂ କମ୍ପାନିର ଯୋଗାଯୋଗରେ ଆସିଥିଲେ। ଏହି ଟେଲିଗ୍ରାମ୍‌ ଆଇଡିକୁ ପରିଚାଳନା କରୁଥିବା ବ୍ୟକ୍ତି ନିଜକୁ ପ୍ରିୟ ବଜାଜ୍‌ ବୋଲି କହିବା ସହ ଷ୍ଟକ୍ ମାର୍କେଟ୍‌ରେ ନିବେଶ କରି ଅଧିକ ଲାଭ ପାଇବାର ଲୋଭ ଦେଖାଇଥିଲା। ପ୍ରାଥମିକ ଭାବେ ଅଧିକାରୀ ଜଣକ ୧୨ ଲକ୍ଷ ଟଙ୍କା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟରୁ ଡିବିଏସ୍ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର୍ କରିଥିଲେ। ଫେବ୍ରୁଆରି ୮ରେ ୧୦ ହଜାର, ମାର୍ଚ୍ଚ ୫ରେ ୧୦ ଲକ୍ଷ, ମାର୍ଚ୍ଚ ୨୨ରେ ୨୦ ଲକ୍ଷ, ମାର୍ଚ୍ଚ ୨୩ରେ ୨୦ ଲକ୍ଷ, ଏପ୍ରିଲ୍‌ ୧୮ରେ ୧୦ ଲକ୍ଷ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରୁ ଆଇଡିଏଫ୍‌ସି ଆକାଉଣ୍ଟକୁ ଟ୍ରାନ୍‌ସଫର୍‌ କରିଥିଲେ। ଏପ୍ରିଲ ୧୨ରେ ବନ୍ଧନ ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ମଧ୍ୟ ଟ୍ରାନ୍‌ସଫର୍ କରିଥିଲେ। କୌଣସି ଲାଭ ନ ମିଳିବାରୁ କଟକ ସାଇବର୍ ଥାନାରେ ଏପ୍ରିଲ୍‌ ୨୪ରେ ଅଭିଯୋଗ କରିଥିଲେ। ସାଇବର୍ ଥାନା ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହି ଠକ ଗୋଷ୍ଠୀର ହ୍ବାଟ୍‌ସଆପ୍ ଓ ଟେଲିଗ୍ରାମ୍‌ ନମ୍ବର ବିଦେଶୀ ଆଇପି ଆଡ୍ରେସ୍ ମାଧ୍ୟମରେ ବ୍ୟବହାର କରାଯାଇଥିବା ଜଣାପଡ଼ିଥିଲା। ସାଇବର୍ ଠକମାନେ ଟଙ୍କା ଉଠାଣ କରିଥିବା ବ୍ୟାଙ୍କ ଏଟିଏମ୍‌ର ଭିଡିଓ ଫୁଟେଜ୍‌ ଜବତ କରାଯାଇଥିଲା। ଏହି ଠକ ଗ୍ୟାଙ୍ଗ ନିକଟରୁ ୭ଟି ମୋବାଇଲ୍ ଫୋନ୍, ୧୬ଟି ଏଟିଏମ୍ କାର୍ଡ, ବିଭିନ୍ନ ବ୍ୟାଙ୍କର ୧୫ଟି ପାସ୍‌ବୁକ୍‌, ୪ଟି ଦସ୍ତଖତ ହୋଇ ନ ଥିବା ଚେକ୍, ୩ଟି ଦସ୍ତଖତ ହୋଇଥିବା ଚେକ୍, ୩ଟି ସିମ୍‌କାର୍ଡ, ବିଭିନ୍ନ ବ୍ୟାଙ୍କରେ ଥିବା ୭ ଲକ୍ଷ ୩୮ ହଜାର ୨୩୭ ଟଙ୍କା ଫ୍ରିଜ୍‌ ହୋଇଥିବା ବେଳେ ନଗଦ ୪ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି। ମାମଲାର ତଦନ୍ତ ପାଇଁ ସାଇବର୍ ଥାନା ଏସିପି ସତ୍ୟଜିତ ଦାସ, ଏସିପି ପ୍ରମୋଦ କୁମାର ପଟ୍ଟନାୟକ, ଇନ୍‌ସ୍ପେକ୍ଟର ରଶ୍ମିରଞ୍ଜନ ଜେନା, ଏଏସ୍‌ଆଇ ସୂର୍ଯ୍ୟକାନ୍ତ ସ୍ବାଇଁ, କନେଷ୍ଟବଳ ବିଶ୍ବଜିତ ଜେନା, ରମେଶ ଚନ୍ଦ୍ର ବେହେରା, ଶିଲାଦିତ୍ୟ ବେହୁରିଆ, ଶୁଭ୍ରାଂଶୁ ଶେଖର କର ପ୍ରମୁଖ ସାମିଲ ହୋଇଥିବା ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ଭଡ଼ାରେ ଲାଗିଥିଲା ବ୍ୟାଙ୍କ ଆକାଉଣ୍ଟ
ଗିରଫ ଦୀପକ ଓ ରାଜେଶଙ୍କ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଲାଗିଥିଲା। ଠକେଇ ଟଙ୍କା ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା। ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟତ୍ର ପଠାଯାଉଥିଲା। ସୀତାରାମ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରି ଏଥିରେ ଠକେଇ ଟଙ୍କା କାରବାର ପାଇଁ ଭଡ଼ାରେ ଲଗାଉଥିଲା। ବିଜୟ ଓ ଅନୀଲ ଠକେଇ ଟଙ୍କା ବିଭିନ୍ନ ଏଟିଏମ୍ କାର୍ଡ ମାଧ୍ୟମରେ ଉଠାଣ ସହ ଚେକ୍ ମାଧ୍ୟମରେ ମଧ୍ୟ ଏହାକୁ ଉଠାଣ କରୁଥିଲେ। ବିଶ୍ବମ୍ବର ଓ ତା’ ସହଯୋଗୀ ଟେଲିଗ୍ରାମ୍‌ ଗ୍ରୁପ ନିୟନ୍ତ୍ରଣ କରୁଥିଲେ। ୨୦୨୩ ଡିସେମ୍ବରରୁ ବଲାଙ୍ଗୀରର ଏହି ସାଇବର୍ ଠକ ଗୋଷ୍ଠୀ ଦିଲ୍ଲୀର ମାଷ୍ଟର୍‌ମାଇଣ୍ଡ୍‌ ସମ୍ପର୍କରେ ଆସିଥିଲେ। ବଲାଙ୍ଗୀରର ଏହି ଗ୍ୟାଙ୍ଗ ଦୈନିକ ୨ ଲକ୍ଷ ଟଙ୍କା ଠକେଇ କରିବାକୁ ଟାର୍ଗେଟ୍ ନେଇଥିଲେ। ପ୍ରତି ଠକେଇରେ ୧ ଲକ୍ଷ ୩୦ ହଜାର ଟଙ୍କା ଦିଲ୍ଲୀର ମାଷ୍ଟର୍‌ମାଇଣ୍ଡ୍‌ଙ୍କୁ ପଠାଉଥିବା ବେଳେ ଅବଶିଷ୍ଟ ୭୦ ହଜାର ଟଙ୍କା ନିଜ ପାଖରେ ରଖୁଥିଲେ। ଏହି ଟଙ୍କାକୁ ୬ ଜଣ ନିଜ ଭିତରେ ବାଣ୍ଟି ନେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe