ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଘୋଷଣା କଲେ ଏଲଆଇସି ଅଧ୍ୟକ୍ଷ

Advertisment
ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଘୋଷଣା କଲେ ଏଲଆଇସି ଅଧ୍ୟକ୍ଷ

Current Affairs - Adda247

ଭୁବନେଶ୍ବର : ବାଲେଶ୍ବର ଜିଲ୍ଲାରେ ଗତକାଲି ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏଲଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଏଥିସହିତ ପ୍ରଭାବିତ ଏଲଆଇସି ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାର ପଲିସିଧାରୀମାନେ ସେମାନଙ୍କ ବୀମା ଦାବି କିଭଳି ଶୀଘ୍ର ପାଇବେ ସେ ନେଇ ଘୋଷଣା କରିଛନ୍ତି। ଏଥିସହିତ କେତେକ ରିହାତି ଘୋଷଣା କରିଛନ୍ତି।

ପଞ୍ଜୀକୃତ ମୃତ୍ୟୁ ପ୍ରମାଣପତ୍ର ପରିବର୍ତ୍ତେ ରେଳ କର୍ତ୍ତୃପକ୍ଷ, ପୁଲିସ କିମ୍ବା ରାଜ୍ୟ କର୍ତ୍ତୃପକ୍ଷ କିମ୍ବା କେନ୍ଦ୍ର ସରକାରଙ୍କ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରକାଶ କରାଯାଇଥିବା ମୃତକଙ୍କ ତାଲିକାକୁ ମୃତ୍ୟୁ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ। ବୀମା ଦାବି ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ଏବଂ ସ୍ବତନ୍ତ୍ର ସୁବିଧା ପ୍ରଦାନ ପାଇଁ ଡିଭିଜନ ଏବଂ ଶାଖା ସ୍ତରରେ ସ୍ବତନ୍ତ୍ର ହେଲ୍‌ପ ଡେସ୍କ ସ୍ଥାପନ କରାଯାଇଛି। ବୀମାଦାବି ପ୍ରଦାନକାରୀଙ୍କ ନିକଟରେ ଯେଭଳି ସମସ୍ତ ପ୍ରକାର ସୁବିଧା ପହଞ୍ଚିବ ଏବଂ ଦାବିର ତ୍ବରିତ ସମାଧାନ ହେବ ସେଥିପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ଅଧିକ ସହାୟତା ପାଇଁ ପଲିସିଧାରୀମାନେ ନିକଟତମ ଶାଖା, ଡିଭିଜନ ଏବଂ କଷ୍ଟମର ଜୋନକୁ ଯୋଗାଯୋଗ କରିପାରିବେ। ଏଥିସହିତ ଏଲଆଇସିର କଲ ସେଣ୍ଟର ନମ୍ବର ୦୨୨-୬୮୨୭୬୮୨୭ରେ ମଧ୍ୟ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe