ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍‌ ଦଣ୍ଡ

Advertisment
ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍‌ ଦଣ୍ଡ

iStock

ବୌଦ୍ଧ: ବଇଲବେଡ଼ା ବୀର ମନହୀରା ହତ୍ୟାକାଣ୍ଡର ବିଚାର କରି ବୌଦ୍ଧ ଜିଲ୍ଲା ଦୌରା ଜଜ୍‌ ବିକ୍ରମ ପ୍ରଧାନ ସୋମବାର ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅଭିଯୁକ୍ତ ବୁଡ଼ୁ ନାଏକକୁ ଆଜୀବନ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ତଣ୍ଡ ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ତଣ୍ଡ ଅନାଦେୟ କ୍ଷେତ୍ରରେ ଜେଲ୍‌ ଦଣ୍ଡ ଅତିରିକ୍ତ ୬ ମାସ ବୃଦ୍ଧି ପାଇବ। ମାମଲା ଅନୁସାରେ ୨୨.୬.୨୦୨୧ ସଂଧ୍ୟାରେ ବୌଦ୍ଧ ଥାନା ବଇଲବେଡ଼ା ଗ୍ରାମର ବୀର ମନହୀରା ଓ ପଡ଼ୋଶୀ ବୁଡ଼ୁ ଝାଙ୍କର ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୁଡ଼ୁ ଏକ ଟାଙ୍ଗିଆରେ ବୀରଙ୍କ ପିଠି ଓ ବେକରେ ହାଣିଥିଲା।

ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ପରେ ଟାଙ୍ଗିଆ ଧରି ଗାଁ ଦାଣ୍ଡରେ ବୁଲୁଥିବା ବେଳେ ପରିବାର ଓ ଗାଁ ଲୋକେ ମିଶି ବୁଡ଼ୁକୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ଲିଖିତ ଅଭିଯୋଗ ହେବା ପରେ ବୌଦ୍ଧ ପୁଲିସ କେସ ନଂ ୧୫୩/୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ମାମଲା(ଏସଟି-୬୧/୨୧)ର ବିଚାର ଆରମ୍ଭ ହୋଇଥିଲା। ସରକାରଙ୍କ ପକ୍ଷରୁ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ​ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe