ତୁର୍ଲାଖମନ ହତ୍ୟା ମାମଲାର ଶୁଣାଣି, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦୌରାଜଜ ଗୁରୁବାର ଦିନ ଏକ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତୁର୍ଲାଖମନ ଗ୍ରାମରେ ୨୦୧୮ ଜୁନ ୨୯ ତାରିଖ ରାତିରେ ଜଳନ୍ଧର ସାହୁ (୫୦) ଗ୍ରାମର ପବିତ୍ର ସରାଫ(୫୦)ଙ୍କୁ ଦଉଡ଼ିରେ ଭିଡ଼ି ହତ୍ୟା କରିବା ପରେ ନିଜ ଘର ପଛପଟେ ମୃତ ଦେହକୁ ଫିଙ୍ଗି ଦେଇଥିଲା। ମୃତ ପବିତ୍ରଙ୍କ ପୁଅ ଅମିତ ଘଟଣାକୁ ନେଇ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଜଳନ୍ଧର ସାହୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଗୁରୁବାର ଜିଲ୍ଲା ଦୌରାଜଜ ଦୀପ୍ତି ରଞ୍ଜନ କାନୁନଗୋ ମାମଲାର ଶୁଣାଣି କରି ୨୦ ଜଣ ସାକ୍ଷୀ ଏବଂ ଅନ୍ୟ ପ୍ରମାଣପତ୍ରକୁ ଆଧାର କରି ଅଭିଯୁକ୍ତ ଜଳନ୍ଧର ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ଦୁଇ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିପି ନିଦ୍ରାଶିନୀ ରଥ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe