ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

Advertisment
ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର : କେନ୍ଦୁଝର ନୟାକୋଟ ଥାନା ରୁଗୁଡିସାହିର ସ୍ତ୍ରୀ ହତ୍ୟାକାରୀ ଯଦୁମଣି ମହାକୁଡ଼ (୩୪)କୁ ଆଜି କେନ୍ଦୁଝର ଜିଲ୍ଲା ଦୌରାଜଜ୍ ଚିତ୍ତରଂଜନ ମହାପାତ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଯଦୁମଣି ସ୍ତ୍ରୀ ବନିତା ମହାକୁଡ (୨୮)ଙ୍କ ଚରିତ୍ରକୁ ସନ୍ଦେହ କରି ମାର୍‌ପିଟ କରୁଥିଲେ। ୨୦୨୦ ଅକ୍ଟୋବର ୨୩ ରାତି ପ୍ରାୟ ୮ଟା ବେଳେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ଯଦୁମଣି ଏକ କୁରାଢ଼ିରେ ବନିତାଙ୍କୁ ହାଣି ଦେଇଥିଲା। ଘଟଣାସ୍ଥଳରେ ବନିତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବରପାଇ ପୁଲିସ ପହଞ୍ଚିଲା ବେଳକୁ ଯଦୁମଣି ଫେରାର ହୋଇଯାଇଥିଲା। ନୟାକୋଟ ଥାନାରେ କେସ ନଂ ୬୧/୨୦୨୦ ରୁଜୁ ହୋଇଥିଲା। ଯଦୁମଣିକୁ ପୁଲିସ ୨ ଦିନ ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ କୋର୍ଟ ୧୨ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe