କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି କଟକ ସ୍ଵତନ୍ତ୍ର ପୋକ୍ସୋ ଅଦାଲତ ପଶ୍ଚିମବଙ୍ଗ ମେଦିନୀପୁର୍ ଅଞ୍ଚଳର ଖୋକନ୍ ମାଇତିକୁ ଆଜୀବନ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ୧୮ ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୁକ୍ତ ଖୋକନ୍ ପୂର୍ବ ମେଦିନୀପୁରର ହୋଇଥିବା ବେଳେ ସେ ଟାଙ୍ଗୀ ଥାନା ଅଂଚଳରେ ଏକ ଭଡ଼ା ଘରେ ରହୁଥିଲା। ତେବେ ସେହି କୋଠାର ଉପର ଘରେ ରହୁଥିବା ପୀଡ଼ିତା ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ପରେ ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭବତୀ କରିଥିଲା। ଖୋକନ୍ ପୀଡିତାଙ୍କୁ ନେଇ କଲିକତା ପଳାଇଥିଲା। କାହାକୁ ନକହିବା ପାଇଁ ଧମକ ଦେଇଥିଲା। କେବଳ ଏତିକି ନୁହେଁ ଗର୍ଭନଷ୍ଟ କରିବା ପାଇଁ ପୀଡିତାଙ୍କୁ କହିଥିଲା। ତେବେ ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ କରି କଲିକତା ଯାଇ ଅଭିଯୁକ୍ତକୁ ଗିରଫ କରିଥିଲା। ଟାଙ୍ଗୀ ଥାନାରେ ୩୦.୧୦.୨୦୧୯ରେ ରୁଜୁ ମାମଲାର ତଦନ୍ତ ପରେ ପୁଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା।
Follow Us