ହତ୍ୟାକାରୀକୁ ଆଜୀବନ

Advertisment
ହତ୍ୟାକାରୀକୁ ଆଜୀବନ

European Parliament - European Union

ଅନୁଗୁଳ: ଘରେ ନିଆଁ ଲଗାଇ ପୋଡ଼ି ହତ୍ୟା କରିବା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ସନ୍ତୋଷୀ ମା’ ମନ୍ଦିର ନିକଟରେ ରହୁଥିବା ଅନାମ ନାଏକଙ୍କ ବିରୋ‌ଧରେ ଜିଲ୍ଲା ଦୌରା ଜଜ୍‌ ଆଜି ଏହି ରାୟ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ୨୦୧୬ ଫେବ୍ରୁଆରି ୨୮ ତାରିଖରେ ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ସନ୍ତୋଷୀ ମା’ ମନ୍ଦିର ନିକଟରେ ରହୁଥିବା ମାନ ନାଏକଙ୍କ ପରିବାର ସହ ପଡ଼ୋଶୀ ଅନାମ ନାଏକଙ୍କର ଝଗଡ଼ା ହୋଇଥିଲା। ଏହା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା। ଶେଷରେ ଅନାମ ରାଗରେ ରାତି ପ୍ରାୟ ୮ ଟା ବେଳେ ମୀନଙ୍କ ଘରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ସେହି ସମୟରେ ତାଙ୍କ ବଡ଼ ପୁଅ ଛବି ନାଏକ(୧୯) ଘରେ ଶୋଇଥିଲେ। ହଠାତ୍‌ ଘରେ ନିଆଁ ବ୍ୟାପୀଯିବାରୁ ଛବି ଘରୁ ବାହାରି ପାରି ନଥିଲେ। ଫଳରେ ନିଆଁରେ ପୋଡ଼ି ହୋଇ ତାଙ୍କ ମୃତ୍ୟୁ ହୋଇଥିଲା। ଏଥି ନେଇ ଛବିଙ୍କ ବାପା ମୀନ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଥାନା କେସ୍ ନଂ ୯୫/୧୬ରେ ଦଫା ୪୩୬ ଓ ୩୦୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅନାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର ଅନୁଗୁଳ ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ପାତ୍ରଙ୍କ ଅଦାଲ‌ତରେ ଚାଲିଥିଲା। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଅନାମଙ୍କୁ ଅଦାଲତ ଆଜି ଆଜୀବନ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜରିମାନା କରିଛନ୍ତି। ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାଶ ଓ ସହକାରୀ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଭୁତିଆ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe