ପୁଲିସ କର୍ମଚାରୀଙ୍କ ଜୀବନ ଗଲେ ୧ କୋଟି ୬୦ ଲକ୍ଷ ଯାଏଁ ବୀମା

Advertisment

ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି ବିଭାଗ। କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ୧ କୋଟି ୬୦ ଲକ୍ଷ ଟଙ୍କା ଯାଏଁ ବୀମାରାଶି ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯିବ।

ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି ବିଭାଗ। କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ୧ କୋଟି ୬୦ ଲକ୍ଷ ଟଙ୍କା ଯାଏଁ ବୀମାରାଶି ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯିବ।

dgjgdjgddgjdg

କଟକ: ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି ବିଭାଗ। କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ୧ କୋଟି ୬୦ ଲକ୍ଷ ଟଙ୍କା ଯାଏଁ ବୀମାରାଶି ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯିବ। କୌଣସି କାରଣରୁ ଭିନ୍ନକ୍ଷମ ହେଲେ ସର୍ବାଧିକ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାରାଶି ପ୍ରଦାନ କରାଯିବା ନେଇ ଓଡ଼ିଶା ପୁଲିସ ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ଚୁକ୍ତିନାମା ସ୍ବାକ୍ଷର ହୋଇଛି। 

କଟକ ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓଡିଶା ପୁଲିସ ମଧ୍ୟରେ ଏହି ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଚୁକ୍ତିପତ୍ର ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ପୁଲିସ କର୍ମଚାରୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ବୀମାରାଶି, ଆକାଶମାର୍ଗରେ ଯାତ୍ରା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୧ କୋଟି ୬୦ ଲକ୍ଷ ଟଙ୍କା, ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହେଲେ ୧ କୋଟି ଟଙ୍କା ଏବଂ ଆଂଶିକ ଭିନ୍ନକ୍ଷମ ହେଲେ ସର୍ବାଧିକ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ବୀମା ରାଶି ପ୍ରଦାନ କରାଯିବ। ଏହାବାଦ୍ ନକ୍ସଲଙ୍କ ଆକ୍ରମଣରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ୧ କୋଟି ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଏସ୍‌ବିଆଇ ପକ୍ଷରୁ ପ୍ରଦାନ କରାଯିବ। ଏହି ଚୁକ୍ତି ଅନୁଯାୟୀ ଯେଉଁ ପୁଲିସ କର୍ମଚାରୀଙ୍କର ଏସ୍‌ବିଆଇରେ ଦରମା ଆକାଉଣ୍ଟ ରହିଛି ଏବଂ ତାହା ପୁଲିସ ଦରମା ପ୍ୟାକେଜ୍‌କୁ ରୂପାନ୍ତରିତ ହୋଇଛି ସେମାନେ ଏସ୍‌ବିଆଇରୁ ପ୍ରଦାନ କରାଯାଉଥିବା ଉପରୋକ୍ତ ସୁବିଧା ସୁଯୋଗ ପାଇ ପାରିବେ।

ଏହା ବ୍ୟତୀତ ଯେଉଁ ପୁଲିସ କର୍ମଚାରୀଙ୍କ ଏସ୍‌ବିଆଇରେ ଦରମା ଆକାଉଣ୍ଟ ନାହିଁ,  ସେମାନେ ସ୍ବଇଚ୍ଛାରେ ନୂଆ ଆକାଉଣ୍ଟ ଖୋଲି ଏସ୍‌ବିଆଇ ଦ୍ବାରା ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାର ଲାଭ ଉଠାଇ ପାରିବେ। ଚୁକ୍ତିପତ୍ର ସ୍ୱାକ୍ଷର ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର.କେ. ଶର୍ମା, ଆଇ.ଜି (ପ୍ରୋଭିଜନିଂ) ଯତୀନ୍ଦ୍ର କୋୟଲ, ଏଆଇଜି (ମୁଖ୍ୟାଳୟ) ଯୁଗୋଳ କିଶୋର ବନୋଥଙ୍କ ସମେତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୁର୍ଥି, ମହାପ୍ରବନ୍ଧକ ପୁନବଲମ ମୁରୁଗାନ, ଉପ ମହାପ୍ରବନ୍ଧକ ଅନୁପ ସିହ୍ନାଙ୍କ ସମେତ ଅନ୍ୟ ବରିଷ୍ଠ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe