ଭାତ ଓ ତେନ୍ତୁଳି ପାଣିରେ ବିତୁଛି ଜୀବନ: ସ୍ବାଭିମାନ ଅଞ୍ଚଳରେ ସମସ୍ୟା ଜର୍ଜରିତ ଜୀବନ

Advertisment

ଗାଁକୁ ଚାରିପଟୁ ଘେରି ରହିଛି ପାହାଡ଼। ଅନତି ଦୂରରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର। ଯୁଆଡ଼େ ଦେଖିବ ଅକାତ କାତ ପାଣି। ବିକାଶର ଚିହ୍ନବର୍ଣ୍ଣ ନଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଗମନାଗମନ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ନାହିଁ।

ଗାଁକୁ ଚାରିପଟୁ ଘେରି ରହିଛି ପାହାଡ଼। ଅନତି ଦୂରରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର। ଯୁଆଡ଼େ ଦେଖିବ ଅକାତ କାତ ପାଣି। ବିକାଶର ଚିହ୍ନବର୍ଣ୍ଣ ନଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଗମନାଗମନ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ନାହିଁ।

dgdgdgdgdg

ମାଲକାନଗିରି: ଗାଁକୁ ଚାରିପଟୁ ଘେରି ରହିଛି ପାହାଡ଼। ଅନତି ଦୂରରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର। ଯୁଆଡ଼େ ଦେଖିବ ଅକାତ କାତ ପାଣି। ବିକାଶର ଚିହ୍ନବର୍ଣ୍ଣ ନଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଗମନାଗମନ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ନାହିଁ। ଭାତ ସହ ତେନ୍ତୁଳି ପାଣି ଗ୍ରାମବାସୀଙ୍କ ନିତିଦିନିଆ ଆହାର। ସ୍ବାଭିମାନ ଅଞ୍ଚଳରେ ଏପରି ଦୁର୍ବିସହ ଜୀବନ ବିତାଉଛନ୍ତି ଚିତ୍ରକୋଣ୍ଡା ବ୍ଲକ୍ ଯନ୍ତ୍ରୀ ପଞ୍ଚାୟତର ଚିକଟପାଲୀ ଗ୍ରାମବାସୀ। 

ସ୍ବାଭିମାନ ଅଞ୍ଚଳରେ ସମସ୍ୟା ଜର୍ଜରିତ ଜୀବନ
ବିକାଶଠୁ ବହୁ ଦୂରରେ ଚିକଟପାଲୀ ଗାଁ
ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସୁବିଧା ନାହିଁ

ସ୍ବାଭିମାନ ଅଞ୍ଚଳର ପଣସପୁଟରୁ ୮ କିମି ଦୂରରେ ରହିଛି ଏହି ଗାଁ। ସଡ଼କ ପଥରେ ପଣସପୁଟ ପର୍ଯ୍ୟନ୍ତ ରହିଛି ଯାତାୟାତ ସୁବିଧା। ଏହା ପରେ ଚିକଟପାଲୀ ଗାଁକୁ ଯିବା ପାଇଁ ପାହାଡ଼ିଆ ରାସ୍ତାରେ ଚାଲିବାକୁ ପଡ଼ୁଛି ୮ କିମି ରାସ୍ତା। ନଚେତ୍ ଜଳପଥରେ ୬ରୁ ଘଣ୍ଟା ଧରି ଲଞ୍ଚରେ ଯିବାକୁ ପଡ଼ୁଛି। ଗାଁର ଦୁଇଟି ସାହିରେ ବସବାସ କରୁଛନ୍ତି ୪୦  ପରିବାର। ସଭିଏଁ ଚାଷବାସ କରି ଜୀବିକା ନିର୍ବାହ କରୁଛନ୍ତି। ଗାଁରେ ସ୍କୁଲ୍ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ପୁରୁଷ ପୁରୁଷ ଧରି ଏହି ଗାଁର କେହି ବି ପାଠ ପଢ଼ି ନାହାନ୍ତି। ସ୍ବାସ୍ଥ୍ୟ ଓ ବିଦ୍ୟୁତ୍ ସେବା ସାତ ସପନ ପାଲଟିଛି। ବିଶୁଦ୍ଧ ପାନୀୟ ଜଳର ସୁବିଧା ନଥିବାରୁ ଝରଣା ପାଣି ଗ୍ରାମବାସୀଙ୍କ ‌ଶୋଷ ମେଣ୍ଟାଉଛି। ରୋଜଗାରର ମାଧ୍ୟମ ଚାଷ ହୋଇଥିବା ବେଳେ ଅନେକ ପରିବାରର ଭୋକ ମରୁଛି ଭାତ ଓ ତେନ୍ତୁଳି ପାଣିରେ। ବହୁ ଦାବି ଅଭିଯୋଗ ସତ୍ତ୍ବେ ବର୍ଷ ବର୍ଷ ଧରି ସରକାରୀ ବାବୁଙ୍କ ପାଦ ପଡ଼ିନି ଏହି ଗାଁରେ। ଫଳରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦଶନ୍ଧି ଦଶନ୍ଧି ଧରି ଅଭିଶପ୍ତ ଜୀବନ ବିତାଉଛନ୍ତି ଚିକଟପାଲୀ ଗ୍ରାମବାସୀ। ବିକାଶରୁ ବହୁ ଦୂରରେ ଥିବା ଏହି ଗ୍ରାମବାସୀ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଆନ୍ଧ୍ରର ସାପ୍ତାହିକ ହାଟ ଉପରେ ନିର୍ଭରଶୀଳ। ଜିନିଷ ନେବା ଆଣିବା ଲାଗି ଘୋଡା ପରିବହନର ମାଧ୍ୟମ ପାଲଟିଛି। ଯେଉଁ ଗୋଟିଏ ଦୁଇଟି ଘରେ ମଟର ସାଇକେଲ ରହିଛି ପାହାଡ଼ିଆ ରାସ୍ତାରେ ଜୀବନକୁ ପାଣି ଛଡ଼ାଇ ସେମାନେ ଯାତାୟାତ କରୁଛନ୍ତି।

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିକାଶ ସ୍ରୋତରେ ସାମିଲ୍ ହେବା ନେଇ ଆଶା ବାନ୍ଧିଥିଲେ ଚିକଟପାଲୀବାସୀ। ଇତି ମଧ୍ୟରେ ସେତୁ ଉଦ୍‌ଘାଟନକୁ ୬ ବର୍ଷ ପୂରିଛି। ବିଚ୍ଛିନ୍ନାଞ୍ଚଳ ସ୍ବାଭିମାନ ଅଞ୍ଚଳର ପରିଚୟ ପାଇଛି। କିନ୍ତୁ ବଦଳି ପାରିନି ଲୋକଙ୍କ ଭାଗ୍ୟ। ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ସରକାରଙ୍କ ସୁବିଧା ସୁଯୋଗ ଗୁରୁପ୍ରିୟା ସେତୁ ଡେଇଁପାରୁନି ବୋଲି ଗ୍ରାମବାସୀ ଅଭିମାନର ସହ କହିଛନ୍ତି। ସ୍ବାଭିମାନ ଅଞ୍ଚଳର ସମସ୍ୟା ସମ୍ପର୍କରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି, ବିକାଶ ପାଇଁ ଉଦ୍ୟମ ଜାରି ରହିଛି। ପାହାଡ଼ିଆ ରାସ୍ତା ଓ ଜଳପଥରେ ବିଦ୍ୟୁତ୍ ସହିତ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପହଞ୍ଚିବାରେ ଅସୁବିଧା ହେଉଥିବାରୁ ବିକାଶ ପ୍ରକ୍ରିୟା ବିଳମ୍ବ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe