ଭଙ୍ଗାଘରେ ବିତୁଛି ଜୀବନ: ଅନଟନରେ ସାଇକେଲ ଦୋକାନୀ ଜଗନ୍ନାଥଙ୍କ ପରିବାର

Advertisment

ଦୁର୍ଘଟଣାରେ ଗୋଡ଼ ଭାଙ୍ଗିବା ପରେ ଜୀବନ ହୋଇଛି ଦୁର୍ବିସହ

ଦୁର୍ଘଟଣାରେ ଗୋଡ଼ ଭାଙ୍ଗିବା ପରେ ଜୀବନ ହୋଇଛି ଦୁର୍ବିସହ

ଭଙ୍ଗାଘରେ ବିତୁଛି ଜୀବନ: ଅନଟନରେ ସାଇକେଲ ଦୋକାନୀ ଜଗନ୍ନାଥଙ୍କ ପରିବାର

ପୁରୀ: ଦୁର୍ବିସହ ଜୀବନ କାଟୁଛନ୍ତି ପୁରୀ ସଦର ବ୍ଲକ ବୀରପ୍ରତାପପୁର ପଞ୍ଚାୟତ ଦାମୋଦରପୁର ଗାଁର ଜଗନ୍ନାଥ ନାୟକ(୪୮)। ଗୋଡ଼ ଭାଙ୍ଗିଯିବା ପରେ ଅର୍ଥାଭାବ ଭିତରେ ଜୀବନ କାଟୁଛନ୍ତି ଜଗନ୍ନାଥଙ୍କ ପରିବାର। ମୁଣ୍ଡକୁ ଛାତ ଘରଟିଏ ନ ଥିବାରୁ ଭଙ୍ଗା ଜରିପାଲ ପକା ଘରେ ରହୁଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ନିକଟରେ ଆବାସ ଯୋଜନାରେ ଘର ଖଣ୍ଡେ ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଜଗନ୍ନାଥ ଓ ତାଙ୍କ ପରିବାର।

ଜଗନ୍ନାଥ ଜଣେ ସାଇକେଲ ମିସ୍ତ୍ରୀ। ପରିବାର କହିଲେ, ସ୍ତ୍ରୀ ଓ ୧୨ ବର୍ଷର ପୁଅ। ଚନ୍ଦନପୁର ବଜାରରେ ଏକ ସାଇକେଲ ଦୋକାନ କରି ସେ ପରିବାର ପ୍ରତିପୋଷଣ କରୁଥିଲେ। ଏଥିସହ ଟେଣ୍ଟ ବାଡ଼େଇବାକୁ ଯଦି କେହି ଡାକିଲେ, ସାଙ୍ଗରେ ଯାଇ କାମ କରୁଥିଲେ। ୨୦୨୦ ମସିହାରେ ଏକ ଟେଣ୍ଟ କାମରେ ଯାଇଥିବାବେଳେ ହଠାତ୍‌ ପାଖରେ ଥିବା ପଥର ପାଚେରି ବାମ ଗୋଡ଼ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଜଗନ୍ନାଥଙ୍କ ବାମ ଗୋଡ଼ର ଜଂଘ ହାଡ଼ ଦୁଇଗଡ଼ ହୋଇଯାଇଛି। ଗୋଡ଼ ଭାଙ୍ଗିଯିବା ପରେ ରଡ୍‌ ବି ଲାଗିଥିଲା। କିନ୍ତୁ ଏ ଭିତରେ ଏହି ରଡ୍‌ ବି ଦୁଇଗଡ଼ ହୋଇଯାଇଛି। କୋଭିଡ୍‌ ସମୟରେ ଡାକ୍ତରଖାନା ଯାଇ ବାରମ୍ବାର ନିରାଶ ହେବା ପରେ ଆଶା ବାଡ଼ି ସାହାଯ୍ୟରେ ଚଲାବୁଲା କରୁଛନ୍ତ ଜଗନ୍ନାଥ। ଜଙ୍ଗର ରଡ୍‌ ସେହିଭଳି ଭଙ୍ଗା ଅବସ୍ଥାରେ ରହିଛି। ସେପଟେ ଗୋଡ଼ ଭାଙ୍ଗିଯିବା ପରେ ଆଉ ଆଗଭଳି ଚଲାବୁଲା ନ କରି ପାରିବାରୁ ନିଜ ଘରେ ସାଇକେଲ ମରାମତି କାମ କରି ଯାହା ମିଳୁଛି ସେଥିରେ ପୂରା ପରିବାର ଚଳୁଛି। ଜଗନ୍ନାଥ କହିଛନ୍ତି, ବଜାରରେ ଦୋକାନ କରିବା ସମୟରେ ଦିନକୁ ୫ଶହରୁ ୮ଶହ ଟଙ୍କା ହୋଇଯାଉଥିଲା। ଏବେ ୫ ଦିନରେ ବି ୫ଶହ ଟଙ୍କା ହେଉନି। ରାସନ୍‌ କାର୍ଡରେ ଯାହା ଚାଉଳ ମିଳୁଛି, ସେଥିରେ ପରିବାର ଚଳୁଛି। ଭତ୍ତା ଯୋଜନାରେ ବି ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇନି। ଏଣୁ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe