ପ୍ରେମ ପାଇଁ ଜୀବନ ତୁଚ୍ଛ: ପୋଲ ଉପରୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
ପ୍ରେମ ପାଇଁ ଜୀବନ ତୁଚ୍ଛ: ପୋଲ ଉପରୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

Medium

କୁଚିଣ୍ଡା: ପ୍ରେମିକ ଛାଡ଼ି ଚାଲିଯିବା ପରେ ଜଣେ ନାବାଳିକା ଏକ ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛି।

ଝାରସୁଗୁଡ଼ା ଜିଲ୍ଲାର ଜଣେ ନାବାଳିକା (୧୭ ବର୍ଷ) ବାମରା ଅଞ୍ଚଳର ଠାକୁର ଜୟପୁରିଆଙ୍କୁ ଭଲ ପାଉଥିଲେ। ଠାକୁର କୁଚିଣ୍ଡାରେ କୌଣସି କାମ କରନ୍ତି। ତେଣୁ ରବିବାର ମଧ୍ୟାହ୍ନରେ ପ୍ରେମିକ ସହ ଜୀବନ ବିତାଇବା ଲକ୍ଷ୍ୟରେ ଘର ଛାଡ଼ି ନାବାଳିକା ପ୍ରେମିକା କୁଚିଣ୍ଡା ଚାଲି ଆସିଥିଲେ। ପ୍ରେମିକ ସହ ଭେଟ ବି ହୋଇଥିଲା। କିଛି ସମୟ କଥାବାର୍ତ୍ତା ପରେ ପ୍ରେମିକ ତାଙ୍କୁ ଛାଡ଼ି ଚାଲିଯିବା ସହ ମୋବାଇଲ ସ୍ବିଚ୍‌ଅଫ୍‌ କରି ଦେଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ନିରାଶ ହୋଇ ନାବାଳିକା ଜଣକ ସଇଡ଼ା ନୂଆ ବ୍ରିଜ୍‌ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଖବର ପାଇ ପିସିଆର୍‌ ପହଞ୍ଚିଥିଲା। ତେବେ ନାବାଳିକା କୁଚିଣ୍ଡା ବସ୍‌ଷ୍ଟାଣ୍ଡରେ କାମ କରୁଥିବା ତାଙ୍କ ପ୍ରମିକକୁ ଖୋଜି ଆଣିଦେବାକୁ ଅନୁରୋଧ କରୁଥିଲେ।

ପୁଲିସ ଓ ସ୍ଥାନୀୟ ଲୋକେ ଯେତେ ବୁଝାଇଲେ ବି ସେ ଶୁଣୁନଥିଲେ। ଏହି ସମୟରେ ହଠାତ୍‌ ନାବାଳିକାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ  ସେ ୪୦ ଫୁଟ୍‌ ତଳେ ନଦୀରେ ପଡ଼ିଥିଲେ। ସଙ୍ଗେ ସଙ୍ଗେ ପୁଲିସ ତଳକୁ ଓହ୍ଲାଇ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ତାଙ୍କ ଗୋଟିଏ ଗୋଡ଼ ଜଙ୍ଘରୁ ଭାଙ୍ଗିଯାଇଥିବା ଜଣାଯାଇଛି। ତାଙ୍କ ପାଖରେ ଥିବା ଠିକଣାରୁ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ନାବାଳିକାଙ୍କ ଘର ବନ୍ଧବାହାଲ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କ ପ୍ରେମିକ ସହିତ ଉତ୍କଳ ଏକ୍ସପ୍ରେସରେ ବାହାରକୁ ସାଥୀହୋଇ ଯିବା ପାଇଁ ଯୋଜନା ରହିଥିବା ଝିଅଟି ପୁଲିସ ନିକଟରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe