ନଈ ଏପଟେ ଜୀବନ ଆରପଟେ ଜୀବିକା: ସମସ୍ୟାରେ ସନ୍ତୁଳି ହେଉଛି କୁସୁମବାହାଲ ଗାଁ

Advertisment

ନଈର ଗୋଟିଏ ପଟେ ଜୀବନ। ଆରପଟରେ ଜୀବିକା। ଏଥିପାଇଁ ପ୍ରତିଦିନ ବାଜିରେ ଲାଗୁଛି ଜୀବନ। ଏଣେ ବିକାଶ ନଈ ପାର ହୋଇପାରୁ ନଥିବାରୁ ଆଜି ବି ନାନା ସମସ୍ୟା ସହ ଯୁଝୁଛନ୍ତି ଗ୍ରାମବାସୀ।

ନଈର ଗୋଟିଏ ପଟେ ଜୀବନ। ଆରପଟରେ ଜୀବିକା। ଏଥିପାଇଁ ପ୍ରତିଦିନ ବାଜିରେ ଲାଗୁଛି ଜୀବନ। ଏଣେ ବିକାଶ ନଈ ପାର ହୋଇପାରୁ ନଥିବାରୁ ଆଜି ବି ନାନା ସମସ୍ୟା ସହ ଯୁଝୁଛନ୍ତି ଗ୍ରାମବାସୀ।

gdgjdgddgj

ରମେଶ ଚନ୍ଦ୍ର ପଟ୍ଟନାୟକ
ଝରିଗାଁ: ନଈର ଗୋଟିଏ ପଟେ ଜୀବନ। ଆରପଟରେ ଜୀବିକା। ଏଥିପାଇଁ ପ୍ରତିଦିନ ବାଜିରେ ଲାଗୁଛି ଜୀବନ। ଏଣେ ବିକାଶ ନଈ ପାର ହୋଇପାରୁ ନଥିବାରୁ ଆଜି ବି ନାନା ସମସ୍ୟା ସହ ଯୁଝୁଛନ୍ତି ଗ୍ରାମବାସୀ। ସରକାରୀ ଯୋଜନା ଆଉ ସୁବିଧା ଲୋକଙ୍କ ପାଇଁ ହୋଇଛି ସାତସପନ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦରଠାରୁ ୩୨କିମି ଦୂର ଚକଲାପଦର ପଞ୍ଚାୟତର ଉପାନ୍ତ ଆଦିବାସୀ ଗାଁ କୁସୁମବାହାଲରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଗାଁରେ ଜଣଙ୍କର ବି ନାହିଁ ପାଇଖାନା। ଗର୍ଭବତୀ ଓ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆଜି ବି ଖଟିଆ ଭରସା। ଅନ୍ୟ ସମସ୍ୟା କଥା ପଚାରେ କିଏ?
ପ୍ରାୟ ୩୦ ପରିବାର ବସବାସ କରୁଥିବା କୁସୁମବାହାଲ ଗାଁରେ ସମସ୍ତେ ଗରିବ। ହେଲେ ମାତ୍ର ୩ଜଣଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ। ଯାହା ୮ବର୍ଷ ହେଲା ଫାଉଣ୍ଡେସନରେ ଅଟକି ରହିଛି। ସ୍କୁଲ ନଥିବା ବେଳେ ଅଙ୍ଗନବାଡ଼ି ମାଡ଼ିପାରି ନାହାନ୍ତି ଶିଶୁ। ଗାଁର ଅଧିକାଂଶ ଶିଶୁ ଓ ଗର୍ଭବତୀ ଅପପୁଷ୍ଟିର ଶିକାର। ୫୦ବର୍ଷ ତଳେ କାଶୀପୁର ଅଞ୍ଚଳରୁ କିଛି ଆଦିବାସୀ ପରିବାର ଏଠାକୁ ଆସି ବସତି ସ୍ଥାପନ କରିଥିଲେ। ପାହାଡ଼ିଆ ଜମିରେ ଚାଷବାସ କରି ରହିଥିଲେ। ଗାଁକୁ ଯିବାକୁ ଗାଈବନ୍ଧା ଗାଁ କିମ୍ବା ସାଗଜବା ଦେଇ ଯିବାକୁ ପଡ଼େ। ଗାଈବନ୍ଧା ଦେଇ ଗଲେ ୩କିମି ପରେ ବଡ଼ଘାଟି ଚଢ଼ି ଯିବାକୁ ହୁଏ। ବଡ଼ଘାଟିଠାରୁ ୩କିମି ରାସ୍ତା ପଥୁରିଆ ଓ ଖାଲଢିପରେ ଭର୍ତ୍ତି। ଟିପା ନଦୀ ପାର ମଧ୍ୟ ହେବାକୁ ପଡ଼େ। ସାଗଜବା ଦେଇ ଗଲେ ତିନିକିମି ଜଙ୍ଗଲିଆ ରାସ୍ତା ସାଙ୍ଗକୁ ଟିପା ନଦୀ ପାର ହେବାକୁ ପଡ଼େ। ଉଭୟ ରାସ୍ତାରେ ଟିପା ନଦୀ ପଡ଼ୁଥିବା ବେଳେ ଆଜି ପର୍ଯ୍ୟନ୍ତ ପୋଲଟିଏ ହୋଇନି। 

ନଈ ପାର ହୋଇପାରୁନି ବିକାଶ
ଗାଁର ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର

ବିଦ୍ୟୁତ୍‌ ଓ ମୋବାଇଲ ନେଟୱର୍କ କଥା ଛାଡ଼। ଅଧିକ ବର୍ଷା ହେଲେ ଗାଁ ଜଳବନ୍ଦି ହୋଇଯାଏ। ଉଭୟ ରାସ୍ତା ଉପରେ ପାଣି ଚାଲେ। ଜରୁରୀ ସମୟରେ ଗର୍ଭବତୀ କିମ୍ବା ରୋଗୀ ଖଟିଆରେ ବୁହା ହେଉଛନ୍ତି। ରାସ୍ତା ସମସ୍ୟା ଯୋଗୁଁ ଅଧିକାଂଶ ଗର୍ଭବତୀ ଗାଁରେ ହିଁ ପ୍ରସବ କରୁଛନ୍ତି। ଗାଁର ଅଧିକାଂଶ ପିଲା ଅପପୁଷ୍ଟିରେ ଆକ୍ରାନ୍ତ ହୋଇଥିବାରୁ ହାତଗୋଡ଼ ସରୁସରୁ ହୋଇଥିବା ବେଳେ ପେଟ ଶରୀର ଅନୁପାତରେ ବଡ଼। ବୟସ ଅନୁପାତରେ ଉଚ୍ଚତା ଓ ଓଜନ ମଧ୍ୟ କମ୍‌। ଗାଁର ହିତାଧିକାରୀ ସରକାରୀ ଚାଉଳ ଏବଂ ଭତ୍ତା ପାଇଁ ୧୩କିମି ଦୂର ଯାଉଛନ୍ତି।। ରାସ୍ତା ନଥିବା ଓ ନଦୀ ପଡ଼ୁଥିବାରୁ ଲୋକେ ଟ୍ରାକ୍ଟର ଭଡ଼ା କରି ବସ୍ତା ପିଛା ୫୦ଟଙ୍କା ଦେଇ ଚାଉଳ ଆଣୁଛନ୍ତି। ଭତ୍ତା ପାଇଁ ବାଇକ୍‌ ଥିବା ଲୋକଙ୍କୁ ତେଲ ଖର୍ଚ୍ଚ ଦେଉଛନ୍ତି ହିତାଧିକାରୀ। ଗାଁରେ ଏଯାଏ ବିଦ୍ୟୁତ୍‌ ସେବା ପହଞ୍ଚି ପାରିନି।

ରାତି ହେଲେ ସରୀସୃପ, ଜଙ୍ଗଲୀ ଜନ୍ତୁଙ୍କ ଭୟ ଲୋକଙ୍କୁ ଘାରୁଛି। ଏଥିପାଇଁ ସଞ୍ଜ ନଇଁଲେ ଲୋକେ ତାଟିକବାଟ ପକାଇ ଦିଅନ୍ତି। ପାଠ ପଢୁଥିବା ପିଲାଙ୍କ ପାଇଁ ଡିବିରି ଆଲୁଅ ଭରସା। କିଛି ପିଲା ୩କିମି ଦୂର ଶାଗଜବା ଅଙ୍ଗନବାଡି ଓ ଗାଈବନ୍ଧା ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ଜଙ୍ଗଲ ରାସ୍ତା ଯୋଗୁଁ ଅନେକ ଅଭିଭାବକ ପିଲାଙ୍କୁ ଅଙ୍ଗନବାଡ଼ି ଅବା ସ୍କୁଲ ଛାଡୁନାହାନ୍ତି। ମୋବାଇଲ ନେଟୱର୍କ ନଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସକୁ ଲୋକେ ଖବର ଦେଇପାରୁ ନଥାନ୍ତି। କାହାଘରେ ପାଇଖାନା ନଥିବା ବେଳେ ୨୦୧୬ରେ ୩ଜଣଙ୍କୁ ଆବାସ ମିଳିଥିଲା। ହେଲେ ଠିକାଦାର ଅଧା କାମ କରି ଚାଲିଯିବାରୁ ଏଯାଏଁ ଅଧପନ୍ତରିଆ ଅବସ୍ଥାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe