ପୁତ୍ର ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ରାଉରକେଲା : ଆଜି ଏକ ପୁତ୍ର ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୀପକ କୁମାର ହତ୍ୟାକାରୀ ବାପା ହୁଣ୍ଡା ଓରାମକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ‌ଜରିମାନା ଅନାଦେୟ ଗୋଟିଏ ବର୍ଷ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି। ୧୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ, ୨୧ଟି ଦସ୍ତାବିଜ୍‌, ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ପ୍ରମାଣ ଆଧାରରେ ବିଚାରପତି ଶ୍ରୀ କୁମାର ଏହି ରାୟ ଶୁଣାଇଛନ୍ତି। ହତ୍ୟାକାରୀ ବାପା ହେଲେ ବନ୍ଧମୁଣ୍ଡା ଅଞ୍ଚଳର ହୁଣ୍ଡା ଓରାମ। ଆଡିସ୍‌ନାଲ ପବ୍ଲିକ ପ୍ରସେକ୍ୟୁଟର ସତ୍ୟନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ଘଟଣା ଥିଲା ଏମିତି। ବନ୍ଧମୁଣ୍ଡାର ଏକ ବସ୍ତିରେ ହୁଣ୍ଡା ଓରାମ, ପତ୍ନୀ ଶୁକା, ୫ ବର୍ଷର ପୁଅ ଅନୁଗ୍ରହ ରହନ୍ତି। ପତ୍ନୀ ଶୁକାଙ୍କ ଗର୍ଭରୁ ଜନ୍ମିତ ପୁଅ ଅନୁଗ୍ରହ ତାଙ୍କର ନୁହେଁ ବୋଲି ହୁଣ୍ଡା ସନ୍ଦେହ କରି ଅସୁଥିଲା। ଏହି କଥାକୁ କେନ୍ଦ୍ରକରି ଅନେକ ସମୟରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ କଳିଝଗଡା ହେଉଥିଲା। ଘଟଣା ଦିନ ଅର୍ଥାତ୍‌ ଗତ ୨୦୧୯ ଜୁନ୍‌ ୨୪ ଭୋର ପ୍ରାୟ ସାଢ଼େ ୫ଟାରେ ହୁଣ୍ଡାଙ୍କ ପତ୍ନୀ ଶୁକା ଶୌଚ କରିବାକୁ ଘରୁ ବାହାରି ଯାଇଥିଲା। ଏହାର ସୁଯୋଗ ନେଇଥିଲା ହୁଣ୍ଡା। ଶୋଇଥିବା ଅବସ୍ତାର ସେ ଧାରୁଆ ଛୁରିରେ ପୁଅ ଅନୁଗ୍ରହର ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲା। ମୃତ୍ୟୁ ପରେ ପୁଅର ରକ୍ତ ଜୁଡୁବୁଡୁ ମୃତ ଦେହକୁ ଖଟ ତଳେ ଫିଙ୍ଗି ଦେଇ ଘରୁ ଫେରାର ହୋଇଯାଇଥିଲା।

ଶୌଚ ସାରି ଶୁକା ଘର ଭିତରକୁ ପଶି ପୁଅର ମୃତଦେହ ପଡିଥିବା ଦେଖି ଭୋ ଭୋ ହୋଇ କାନ୍ଦିଥିଲେ। ତାଙ୍କର କାନ୍ଦଶୁଣି ପଡୋଶୀ ସୋମା ଓରାମ ସମେତ ଅନ୍ୟମାନେ ପହଞ୍ଚି ବନ୍ଧମୁଣ୍ଡା ପୁଳିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ମୃତ ଅନୁଗ୍ରହର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପଡୋଶୀ ସୋମା ଓରାମଙ୍କ ଲିଖିତ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ହୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe