ଦର୍ଶନ ପାଇଁ ଆସୁଥିଲେ, ଆରପାରିକୁ ଚାଲିଗଲେ; ଟ୍ରେନ୍‌ରେ ଚାଲିଗଲା ଜୀବନ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଟିଟିଲାଗଡ଼ରୁ ଶ୍ରୀକ୍ଷେତ୍ର ଆସୁଥିବାବେଳେ ଟ୍ରେନ୍‌ରେ ଚାଲିଗଲା ଜୀବନ। ଟ୍ରେନ୍‌ରେ ଉପର ବର୍ଥରେ ଶୋଇଶୋଇ ଆସୁଥିବା ବ‌େଳେ ସବୁଦିନ ପାଇଁ ଶୋଇଗଲେ ସତ୍ୟନାରାୟଣ ନାଗ (୬୨)। ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିବା ପରେ ଜିଆର୍‌ପି ପୁଲିସ୍‌ ଶବ ବ୍ୟବଚ୍ଛେଦ କରାଇବା ସହ ପରିବାର ଲୋକଙ୍କୁ ଖବର‌ ଦେଇଛି। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ସତ୍ୟନାରାୟଣ ଗତ ୨୧ ତାରିଖରେ ଦୁର୍ଗ‌୍ ଏକ୍ସପ୍ରେସ୍‌ରେ (କୋଚ୍‌ ନମ୍ବର: ୨୧୫୦୭୩ (ଡି-୩)ରେ ଟିଟିଲାଗଡ଼ରୁ ପୁରୀ ଅଭିମୁଖେ ବାହାରିଥିଲେ। ତେବେ ପୁରୀରେ ପହଞ୍ଚିବା ପୂର୍ବରୁ ହୃଦ୍‌ଘାତରେ ତାଙ୍କର ପ୍ରାଣ ଚାଲିଯାଇଥିଲା। ଉପର ବର୍ଥରେ ଶୋଇଥିବାରୁ ଅନ୍ୟ ଯାତ୍ରୀମାନେ ଏହା ଜାଣିବା ସମ୍ଭବ ହୋଇନଥିଲା। ‌ବୁଧବାର ସକାଳ ୯ଟାରେ ଦୁର୍ଗ ଏକ୍ସପ୍ରେସ ପୁରୀରେ ପହଞ୍ଚିବା ପରେ କୋଚିଂ ୟାର୍ଡର ଉମାକାନ୍ତ ଜେନା ବିଭିନ୍ନ କୋଚ୍‌ ଚେକ୍‌ କରୁଥିବାବ‌େଳେ ସତ୍ୟନାରାୟଣଙ୍କୁ ଏପରି ଅବସ୍ଥାରେ ଦେଖି ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ଷ୍ଟେସନ ମାଷ୍ଟର ଜିଆର୍‌ପି ଥାନାକୁ ଏ ସମ୍ବନ୍ଧରେ ଅବଗତ କରାଇବା ପରେ ଡାକ୍ତରଙ୍କୁ ଡକାଯାଇ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe