ମୁକ୍ତାକାଶ କଏଦୀଙ୍କୁ ପେଟ୍ରୋଲ ପମ୍ପ୍‌ରେ ମିଳିପାରେ ନିଯୁକ୍ତି

Advertisment

ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଜେଲ୍‌ ବିଭାଗ

ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଜେଲ୍‌ ବିଭାଗ

ମୁକ୍ତାକାଶ କଏଦୀଙ୍କୁ ପେଟ୍ରୋଲ ପମ୍ପ୍‌ରେ ମିଳିପାରେ ନିଯୁକ୍ତି

 ଭୁବନେଶ୍ୱର : ମୁକ୍ତାକାଶ କଏଦୀଙ୍କୁ ପେଟ୍ରୋଲ ପମ୍ପ୍‌ରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ୍‌ ବିଭାଗ। ଯଦି ରାଜ୍ୟ ସରକାର ଏଭଳି ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ କଏଦୀମାନେ ବିଭିନ୍ନ ପେଟ୍ରୋଲ ପମ୍ପରେ ନିଯୁକ୍ତ ହୋଇ ପାରିବେ।

ମିଳିଥିବା ସୂଚନା ମୁତାବକ, ତେଲେଙ୍ଗାନାରେ ଏବେ ମୁକ୍ତାକାଶ କଏଦୀମାନେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ନିଯୁକ୍ତ ହୋଇଛନ୍ତି। ତେଲେଙ୍ଗାନା ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଏଭଳି ନିୟମ ପ୍ରଣୟନ କରିବାକୁ ଜେଲ୍‌ ବିଭାଗ ଯୋଜନା କରିଛି। ଏଥିପାଇଁ କିଛି ଦିନ ତଳେ ଜେଲ ବିଭାଗର କେତେକ ବରିଷ୍ଠ ଅଧିକାରୀ ତେଲେଙ୍ଗାନା ଯାଇଥିଲେ। ସେଠାରେ କଏଦୀମାନେ ପେଟ୍ରୋଲ ପମ୍ପରେ ନିଯୁକ୍ତି ପାଇ ସଫଳତାର ସହ କାର୍ଯ୍ୟ ସଂପାଦନ କରୁଥିବାରୁ ଓଡ଼ିଶାରେ ମଧ୍ୟ ଏହି ଢାଞ୍ଚାରେ କଏଦୀମାନଙ୍କୁ ପେଟ୍ରୋଲ ପମ୍ପରେ ନିଯୁକ୍ତି ଦେବାକୁ ଯୋଜନା ହୋଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe