ଉଠା ଜଳସେଚନ ପଏଣ୍ଟ ମଟର ଚୋରି

Advertisment
ଉଠା ଜଳସେଚନ ପଏଣ୍ଟ ମଟର ଚୋରି

Odisha News Insight

ଘଟଗାଁ: ଘଟଗାଁ ବ୍ଲକ୍‌ ଅର୍ନ୍ତଗତ ରୁଟିଶିଳା ପଞ୍ଚାୟତର ସାରୁପାଟ ଗ୍ରାମରେ ଗତକାଲି ରାତିରେ ଉଠାଜଳସେଚନ ପଏଣ୍ଟରୁ ମଟର ଚୋରି ହୋଇଛି। ଫଳରେ ସଂପୃକ୍ତ ଉଠା ଜଳସେଚନ କମିଟି  ବଡ ଚିନ୍ତାରେ ପଡିଛି। ଦୁଇ ଦୁଇଟି ଉଠାଜଳ ପଏଣ୍ଟ ଦ୍ବାରା ପ୍ରାୟ ୩୦ ଏକର ଅଞ୍ଚଳ ଜଳସେଚିତ ହୋଇ ଚାଷକାର୍ଯ୍ୟ ହେଉଥିଲା।

ମାତ୍ର କେହି ଦୁର୍ବୃତ୍ତ ସୋମବାର ରାତିରେ ପ୍ରବଳ  ଜାଡ଼ରେ ଘରେ ଶୋଇଥିବା ବେଳେ ଏମାନେ ଏହାକୁ ତାଡିନେଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଦୃବୃତ୍ତମାନେ ମୋଟର ନେବା ପରେ ଏହାର ଟ୍ରାନ୍ସଫରମର ନେଇଯିବାକୁ ଉଦ୍ୟମ କରିଥିଲେ। ମାତ୍ର ନେଇ ନଥିବା ଜଣାଯାଇଛି। ଆଜି ସକାଳେ ଉକ୍ତ ଘଟଣା ଜଣାଯିବା ପରେ ସଂପୃକ୍ତ ଜଳସେଚନ କମିଟିର କାର୍ଯ୍ୟକର୍ତ୍ତା ତଥା ସଭାପତି ଚନ୍ଦ୍ରମଣି ମହାକୁଡ ସଂପାଦକ ଦିଗାମ୍ବର ଦଳେଇ, ଗୋବର୍ଦ୍ଧନ ପଧୂରିଆ ସମେତ ୮/୧୦ଜଣ ଚାଷୀ କେନ୍ଦୁଝର ଯାଇ ଜିଲ୍ଲା ଉଠା ଜଳସେଚନ ଅଫିସରେ ଅବଗତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଫିସ୍‌ ତରଫରୁ ସେମାନଙ୍କୁ ଏ ନେଇ ତୁରନ୍ତ ପୁଲିସକୁ ଖବର ଦିଆଯାଇଛି। ସୂଚନାଯୋଗ୍ୟ, ସଂପୃକ୍ତ ଅଞ୍ଚଳ ଆଙ୍କଲପଡ଼ାରୁ ଗତମାସ ଏକ ଟ୍ରାନ୍ସଫରମରକୁ ଚୋରାଇ ନେଇଥିଲେ। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ଚୋରି କରୁଥିବା ସନ୍ଦେହ ପ୍ରକଟ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe