ମା’ ସମଲେଶ୍ୱରୀ ପୀଠରେ ହେବ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’

Advertisment

ମାର୍ଚ୍ଚ ସୁଦ୍ଧା ସରିବ, ୭ କୋଟି ବ୍ୟୟବରାଦ

ମାର୍ଚ୍ଚ ସୁଦ୍ଧା ସରିବ, ୭ କୋଟି ବ୍ୟୟବରାଦ

ସମଲେଶ୍ବରୀ ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବିକାଶ ଯୋଜନା: ଡିସେମ୍ବର ୧୫ରେ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ଶୁଣାଣି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ବିଜେପୁରରେ ରାଜ୍ୟର ପ୍ରଥମ ଭୂତଳ ଉଠାଜଳସେଚନ ପ୍ରକଳ୍ପ ନେଇ ଘୋଷଣା କରିବାର ସପ୍ତାହକ ପରେ ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ୱରୀଙ୍କ ପୀଠରେ ଶବ୍ଦ ଆଲୋକ ବ୍ୟବସ୍ଥା (ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’) ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ମା’ ସମଲେଶ୍ୱରୀଙ୍କ ପୀଠ ସମଗ୍ର ଓଡ଼ିଶାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏଠାକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡ଼ୋଶୀ ରାଜ୍ୟରୁ ଶତାଧିକ ପର୍ଯ୍ୟଟକ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏହି ପୀଠରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ଆରମ୍ଭ ହେଲେ ସମ୍ବଲପୁରକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ।
ଅପରପକ୍ଷେ ରାଜ୍ୟ ସରକାର ମା’ ସମଲେଶ୍ୱରୀଙ୍କ ପୀଠରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ୫ ମାସ ମଧ୍ୟରେ ଶେଷ କରିବାକୁ ଯୋଜନା କରିଥିଲେ ହେଁ ଏଥିପାଇଁ ଆଜି ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ପୂର୍ବରୁ ଧଉଳି, କୋଣାର୍କରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ପାଇଁ ରାଜ୍ୟ ସରକାର ଘୋଷଣା କରିବାର ଦୀର୍ଘ ବର୍ଷ ପରେ ଏହି ଯୋଜନା କାର୍ଯ୍ୟକ୍ଷମ ହୋଇଥିଲା। ତେଣୁ ୫ମାସ ମଧ୍ୟରେ ସମଲେଶ୍ୱରୀ ପୀଠରେ ସୋ’ ଆରମ୍ଭ ହେବ ନା ଏହା ନିର୍ବାଚନୀ ଥୋପ ସେନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe