ଗାନ୍ଧୀ ଜୟନ୍ତୀ ସୁଦ୍ଧା ସବୁ ଘରକୁ ବିଜୁଳି

Advertisment
ଗାନ୍ଧୀ ଜୟନ୍ତୀ ସୁଦ୍ଧା ସବୁ ଘରକୁ ବିଜୁଳି

Photo by : thebetterindia.com

ଭୁବନେଶ୍ୱର: ପ୍ରତି ମାସରେ ହାରାହାରି ୩ଟି ଜିଲ୍ଲାକୁ ଟାର୍ଗେଟ ରଖି ବିଜୁଳି ସଂଯୋଗ କର। ଯେମିତିକି ୨୮ଲକ୍ଷ ପରିବାରକୁ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ସଂଯୋଗ କରାଯାଇପାରିବ। ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ସହର ଓ ଗାଁର ସମସ୍ତ ଘରକୁ ବିଜୁଳି ସଂଯୋଗ ହେବା ଦରକାର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଶାସନ ସଚିବଙ୍କ ସମେତ ଶକ୍ତି ବିଭାଗକୁ ଏଭଳି ନିର୍ଦେଶ ଦେଇଛନ୍ତି। ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତ ସ୍ଥିତି ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ବିଦ୍ୟୁତକରଣ ଅଗ୍ରଗତି କିଭଳି ହେଉଛି, ସେ ନେଇ ମୁଖ୍ୟଶାସନ ସଚିବ ପ୍ରତିମାସରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ କାର୍ଯ୍ୟ ଦାୟିତ୍ୱ ନେଇଥିବା ସଂସ୍ଥା ସହିତ ଆଲୋଚନା କରିବେ। ଏହି ଅବସରରେ ରାଜ୍ୟର ୨୨ହଜାର ଆଂଶିକ ବିଦ୍ୟୁତକରଣ ହୋଇଥିବା ଗାଁ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ନିର୍ଦେଶ ଦେଇଥିଲେ। ନିର୍ବାଚନୀ ଇସ୍ତାହାରରେ ଥିବା ସଂକଳ୍ପ ପୂରଣ କରିବା ଉଦ୍ଦେଶ୍ୟରେ ସରକାର ଏଭଳି ଚ୍ୟାଲେଞ୍ଜ ହାତକୁ ନେଇଥିବା କୁହାଯାଉଛି। ସମୀକ୍ଷାରୁ ଜଣାପଡିଥିଲା, ବର୍ତ୍ତମାନ ରାଜ୍ୟର ୪୭ ହଜାର ୬୭୭ ଗାଁ ମଧ୍ୟରୁ ୪୭ ହଜାର ୬୫୫ ଗାଁ କୁ ବିଜୁଳି ସଂଯୋଗ କରାଯାଇଛି। ଅର୍ଥାତ୍‌ ୨୨ଟି ଗାଁ ଆଉ ବାକି ରହିଛି, ଯେଉଁଠାରେ ବିଜୁଳି ସଂଯୋଗ ଆବଶ୍ୟକ।

ଅକ୍ଟୋବର ମାସରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା ଯେ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ। ଏ ସମୟ ସୀମା ମଧ୍ୟରେ ଶକ୍ତି ବିଭାଗ ଲକ୍ଷ୍ୟ ହାସଲ କରିପାରିନଥିଲେ ହେଁ ଅଳ୍ପ ଦୂରରେ ଅଛି। ବୈଠକରେ ମୁଖ୍ୟଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଶକ୍ତି ସଚିବ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe