ସନ୍ଧ୍ୟା ସୁଦ୍ଧା ଏସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Advertisment
ସନ୍ଧ୍ୟା ସୁଦ୍ଧା ଏସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

vancouverisawesome.com

ଭୁବନେଶ୍ୱର: ରାଜ୍ୟରେ ସନ୍ଧ୍ୟା ସୁଦ୍ଧା ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲକା ବର୍ଷା ହୋଇପାରେ ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଅନୁଗୁଳ ଆଦି ରହିଛି। ଏହି ଜିଲ୍ଲାଗୁଡ଼ିକରେ ସନ୍ଧ୍ୟା ସୁଦ୍ଧା କାଳବୈଶାଖୀ ସମ୍ଭାବନା ରହିଛି।

publive-image

ତେବେ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇପଡ଼ିଛି। ଜୁନ୍‌ ୧ରୁ ଜୁନ୍‌ ୨୫ ମଧ୍ୟରେ ସ୍ୱାଭାବିକଠାରୁ ୨୪ ପ୍ରତିଶତ କମ୍‌ ବର୍ଷା ହୋଇଛି ।ଆସନ୍ତା ୪୮ଘଣ୍ଟା ଯାଏ ପ୍ରବଳ ବର୍ଷାର କୌଣସି ସମ୍ଭାବନା ନାହିଁ। ସାରା ରାଜ୍ୟରେ ଆସନ୍ତା ୩୦ରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବର୍ଷା ହେବ ବୋଲି କୁହାଯାଉଛି। ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe