Bangladesh Sangbad Sangstha
ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲକା ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମାରିବାର ସମ୍ଭାବନା ଥିବା ନେଇ ଗୁରୁବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ସମୟରେ ପବନର ବେଗର ଘଣ୍ଟାପ୍ରତି ୩୦ରୁ ୪୦କିମି ରହିବ ବୋଲି ଅନୁମାନ କରାଯାଇଛି। ତେଣୁ ଉତ୍ତର ଉପକୂଳ ଓଡ଼ିଶା ତଥା ଝାରସୁଗୁଡା, ଦେଓଗଡ଼, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜମା ଓ ଗଜପତି ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ସୂଚନା ଜାରି କରାଯାଇଛି।
ସେହିପରି ୧୪ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର କିଛିସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରାଯାଇଛି। ୧୫ରୁ ୧୬ ତାରିଖ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ହଲକା ବର୍ଷା ହୋଇପାରେ। ୧୬ ଓ ୧୭ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସହିତ ବିଜୁଳି ଘଡ଼ଘଡ଼ି ମାରି ପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୭ରୁ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
Follow Us