ସହିଦ କୃଷକମାନଙ୍କ ଉଦ୍ଦେଶ୍ୟରେ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ

Advertisment
ସହିଦ କୃଷକମାନଙ୍କ ଉଦ୍ଦେଶ୍ୟରେ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦଳନରତ କୃଷକମାନଙ୍କ ମଧ୍ୟରୁ ୬୦ରୁ ଅଧିକ ସହିଦ ହେଲେଣି। ଆଜି ସନ୍ଧ୍ୟାରେ ଏହି ସହିଦମାନଙ୍କ ଉଦ୍ଦେଶ୍ୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ସନ୍ଧ୍ୟା ୬ଟାରୁ ୬ ମିନିଟ୍‌ ପର୍ଯ୍ୟନ୍ତ ନିରବ ପ୍ରାର୍ଥନା କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି କଳା ଆଇନରେ କେବଳ ପୁଞ୍ଜିପତି ଓ କର୍ପୋରେଟ୍‌ ହାଉସ୍‌ ଲାଭବାନ୍‌ ହେବେ। ସେହିପରି କୃଷକମାନଙ୍କ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ, ମଣ୍ଡି, ଚୁକ୍ତିଭିତ୍ତିକ ଚାଷ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ ପ୍ରତିବାଦରେ ସମଗ୍ର ଦେଶରେ ଅନ୍ନଦାତାମାନେ ନିଜର ହକ୍‌ ପାଇଁ ସଂଗ୍ରାମ ଚଳାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ଅଲ୍ଲୀ, ରାଜୀବ ପଟ୍ଟନାୟକ, ନଳିନୀକାନ୍ତ ନାୟକ, ବିଶ୍ବରଞ୍ଜନ ଦାସ, ଆର୍ଯ୍ୟବୀର ଲେଙ୍କା, ସମ୍ରାଟ କେଶରୀ ଜେନା, ସ୍ବାଗତ କର, ଆଶୁତୋଷ ଲେଙ୍କା, ମାହେ ନିଖତ, ଆଦିତ୍ୟ ପରିଡ଼ା, ବବିତା ବଡ଼ପଣ୍ଡା, ଆକୃତ୍ୟ ଖାନ୍‌, ଇତିସ୍କିତା ପାତ୍ର, ଗୋପନ ମାର୍ଥା, ରିତୁଲ ମହାରଣା, ସୁନିଲ ନାୟକ, ରମ୍‌ଜାନ୍‌ ଅଲ୍ଲୀ, ଗୋକୁଳ ସିହ୍ନା, ରାଜା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe