ରାଖୀ ବାନ୍ଧି ପିଣ୍ଡାରେ ବସିଥିଲେ ଭାଇ-ଭଉଣୀ, ବଜ୍ରପାତ ନେଲା ଜୀବନ

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ 

The Independent

ବାଲେଶ୍ୱର: ଭାଇ ହାତରେ ରାଖୀ ବାନ୍ଧିବାକୁ ଆସିଥିଲା ଭଉଣୀ। ହେଲେ କିଏ ଜାଣିଥିଲା ଏହା ସେମାନଙ୍କର ଶେଷ ରାଖୀ ପୂର୍ଣ୍ଣିମା ହେବ ବୋଲି। ରାଖୀ ପିନ୍ଧା ପରେ ଭାଇଭଉଣୀ ହସଖୁସି ହେଉଥିବାବେଳେ କାଳରୂପୀ ବଜ୍ରପାତ ସେମାନଙ୍କୁ ସବୁଦିନ ପାଇଁ ମୃତ୍ୟୁ ଶଯ୍ୟାରେ ଶୁଆଇ ଦେଲା। ମୃତକ ୨ ଜଣ ହେଲେ ଗ୍ରାମର ନିରଞ୍ଜନ ଦଳେଇଙ୍କ ପୁଅ ସୁଶାନ୍ତ (୧୫) ଓ ଭାସ୍କର ବେହେରାଙ୍କ ଝିଅ ଆଶା (୧୨)।

ସୋମବାର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ବରୁଣସିଂ ମଣ୍ଡଗାଁରେ ଘଟିଛି ଏ ହୃଦୟ ବିଦାରକ ଘଟଣା। ବଜ୍ରାଘାତରେ ଭାଇଭଉଣୀଙ୍କ ମୃତ୍ୟୁ ପୂରା ଗାଁକୁ ସ୍ତବ୍ଧ କରିଦେଇଛି।

ଆଜି ଅପରାହ୍ନରେ ଆଶା ସବୁ ବର୍ଷ ଭଳି ନିଜ ସମ୍ପର୍କୀୟ ଭାଇ ସୁଶାନ୍ତଙ୍କୁ ରାଖୀ ବାନ୍ଧିବାକୁ ଆସିଥିଲେ। ରାଖୀ ବାନ୍ଧିସାରିବା ପରେ ଘର ପିଣ୍ଡାରେ ବସି ପରିବାରର ସମସ୍ତେ ବସି ଗପସପରେ ମାତିଥିଲେ। ସେମାନଙ୍କ ସହ ମିଶିଯାଇଥିଲେ ସୁଶାନ୍ତଙ୍କ ବଡ଼ ଭଉଣୀ ରଙ୍ଗଲତା ଓ ଭିଣୋଇ ବିଜୟ। କରୋନା ସ୍ଥିତିରେ ଅନେକ ଦିନ ପରେ ସମସ୍ତଙ୍କର ଦେଖା ହୋଇଥିଲା। ତେଣୁ ସମସ୍ତେ ବହୁତ ଖୁସି ଥିଲେ। ହେଲେ କିଏ ଜାଣିଥିଲା, ଏ ଖୁସି ମାତ୍ର କେଇ ମୁହୂର୍ତ୍ତ ପାଇଁଯ ହଠାତ ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁତୁହା ଘଡ଼ଘଡ଼ି ମାରିଥିଲାଯ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସୁଶାନ୍ତ ଓ ଆଶା। ରଙ୍ଗଲତା ଓ ତାଙ୍କ ସ୍ୱାମୀ ବିଜୟ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଆଶା ଓ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଭାଇଭଉଣୀଙ୍କ ମୃତ୍ୟୁକୁ ଗାଁ ଲୋକେ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସମସ୍ତଙ୍କ ଆଖିରୁ ଲୁହ ଝରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe