ବଜ୍ରପାତ ନେଲା ୫ ଜୀବନ

Advertisment

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୫ଜଣଙ୍କର ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଡ୍ୟାମ୍‌ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନେ ପ୍ରବଳ ବର୍ଷା ଯୋଗୁ ତମ୍ବୁରେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ....

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୫ଜଣଙ୍କର ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଡ୍ୟାମ୍‌ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନେ ପ୍ରବଳ ବର୍ଷା ଯୋଗୁ ତମ୍ବୁରେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ....

Dead

ନୀଳଗିରି/ଶୁଳିଆପଦା/ଅସ୍ତରଙ୍ଗ/କାକଟପୁର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୫ଜଣଙ୍କର ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଡ୍ୟାମ୍‌ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନେ ପ୍ରବଳ ବର୍ଷା ଯୋଗୁ ତମ୍ବୁରେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ହେବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି ଏବଂ  ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ନୀଳଗିରି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସ୍ଥାନୀୟ ରିଷିଆ ଡ୍ୟାମ୍‌ର ରାଇପାଳ କେନାଲ ନିର୍ମାଣ କାମ ଚାଲିଛି। ଏଥିରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ପ୍ରଭାସ କୁମାର ସେନାପତି ପ୍ରାୟ ୧୮ଜଣ ଶ୍ରମିକଙ୍କୁ ନିୟୋଜିତ କରିଥିଲେ।

ଆଜି ଦିନ ପ୍ରାୟ ୨ଟା ସମୟରେ ବର୍ଷା ହୋଇଥିଲା। ଏହି ସମୟରେ ଏକ ତମ୍ବୁ ତଳେ ଶ୍ରମିକମାନେ ଆଶ୍ରୟ ନେଇଥିଲେ। ତମ୍ବୁ ଉପରେ ବଜ୍ରପାତ ଯୋଗୁ ବରହମପୁର ଥାନା ଅଧୀନ ବଢ଼େଇପଲା ଗ୍ରାମର ବିନୋଦ ସିଂଙ୍କ ପତ୍ନୀ ଆଲ୍ଲାମଣି ସିଂ (୫୦), ଅଶୋକନାଳ ଗ୍ରାମର ହାଡ଼ିବନ୍ଧୁ ସିଂଙ୍କ ପତ୍ନୀ ମାମି ସିଂ(୩୦), ବସ୍ତା ଥାନା ଅନ୍ତର୍ଗତ ନଳବାହାର ଗ୍ରାମର ଜେସିବି ଅପରେଟର ସୋମନାଥ ହାଜରାଙ୍କ ପୁଅ ଅଜିତ ହାଜରା (୨୮), ଛତ୍ରପୁର ପଞ୍ଚାୟତ ଚତୁରିପଡ଼ା ଗ୍ରାମର ଛୁକୁ ହେମ୍ବ୍ରମ୍‌ଙ୍କ ପତ୍ନୀ ଦୁଲାରୀ ହେମ୍ବ୍ରମ୍‌ (୪୫), ହରିଶ୍ଚନ୍ଦ୍ର ହେମ୍ବ୍ରମ୍‌ଙ୍କ ପତ୍ନୀ ମିନତି ହେମ୍ବ୍ରମ୍‌ (୪୨) ଏବଂ ପୀରୁ ହେମ୍ବ୍ରମ୍‌ଙ୍କ ପତ୍ନୀ ଆରସୁ ହେମ୍ବ୍ରମ୍‌ (୪୪) ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ବରହମପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଆଲ୍ଲାମଣି, ମାମି ଓ ଅଜିତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଆହତ ଦୁଲାରୀ, ମିନତି ଓ ଆରସୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ନୀଳଗିରି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍‌ ଟୁଲୁକୁଚୁଇଁ ଗ୍ରାମର ଡାକ୍ତର ବିନ୍ଧାଣୀ (୩୯) ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ସେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଟଳିପଡ଼ିଥିଲେ। ପୁରୀ ଜିଲ୍ଲା କାକଟପୁର ଥାନା ଅଧୀନ ନାସିକେଶର ପଞ୍ଚାୟତ ସାହୁବୁଦା ଗ୍ରାମରେ ବଜ୍ରପାତରେ କାମିନୀ ସ୍ୱାଇଁ (୬୦)ଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ଣରେ କାମିନୀ ବିଲକୁ ଗାଈ ଆଣିବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe