ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ ପରିସରରେ ବଜ୍ରପାତ: ୨୦ ଛାତ୍ରଛାତ୍ରୀ ଆହତ, ୨ ଜଣ ଗୁରୁତର

Advertisment
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ ପରିସରରେ ବଜ୍ରପାତ: ୨୦ ଛାତ୍ରଛାତ୍ରୀ ଆହତ, ୨ ଜଣ ଗୁରୁତର

ଗରଦପୁର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ ହୋଇଛି। ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତର ୨ ପିଲାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରସ୍ଥିତ ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ ପରିସରରେ ଶନିବାର ଅପରାହ୍‌ଣରେ ଏହି ଅଭାବନୀୟ ଅଘଟଣ ଘଟିଛି।

ସୂଚନା ଅନୁସାରେ ଗରଦପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ପିଲାମାନଙ୍କର ପାଠପଢ଼ା ପାଇଁ ଏପର୍ଯ୍ୟନ୍ତ ସ୍ଥାୟୀ ପରିସର ନାହିଁ। ଏହି କାରଣରୁ ଆଦର୍ଶ ବିଦ୍ୟାଳୟର ପିଲାମାନେ କୁଦାନଗରୀସ୍ଥିତ ହାଇସ୍କୁଲରେ ପରିଚାଳିତ ଅସ୍ଥାୟୀ ପରିସରରେ ପାଠ ପଢୁଛନ୍ତି। ଆଜି ବିଦ୍ୟାଳୟ ଛୁଟି ହେବା ପୂର୍ବରୁ କୁଦାନଗରୀ ହାଇସ୍କୁଲ ନିକଟରେ ବଜ୍ରପାତ ହୋଇଥିଲା। ଫଳରେ ଆଦର୍ଶ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ବଜ୍ରପାତର ଶବ୍ଦରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ ଚମକି ପଡ଼ି‌ଥିଲେ। ବଜ୍ରପାତ କାରଣରୁ ସଟସର୍କିଟ ଯୋଗୁଁ ବିଦ୍ୟାଳୟର ବିଦ୍ୟୁତ ତାର ଜଳିଯାଇଛି। କିଛି ଫ୍ୟାନ୍‌ ପୋଡ଼ିଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପିଲାମାନେ ଯଦି ଆଦର୍ଶ ବିଦ୍ୟାଳୟର ସ୍ଥାୟୀ ପରିସରରେ ପାଠ ପଢୁଥାନ୍ତେ, ଆଜି ବଜ୍ରପାତର ସମ୍ମୁଖୀନ ହୋଇ ନଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe