ଧାନଖେତରେ ବଜ୍ରାଘାତ: ଚାଷୀ ମୃତ, ନାବାଳିକା ଗୁରୁତର

ଧାନଖେତରେ ବଜ୍ରାଘାତ: ଚାଷୀ ମୃତ, ନାବାଳିକା ଗୁରୁତର

Image Courtesy of India Today

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଆଜି ଦିନ ଦିପହରେ ସମୟରେ ସାମାନ୍ୟ ବର୍ଷା ସହ କାଳବୈଶାଖୀ ହୋଇଛି। ଏଥିରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ନାବାଳିକା ଗୁରୁତର ହୋଇଛି। ମୃତ ବ୍ୟକ୍ତି ହେଲେ ବାଚୁ ଦାସ। ସେ ଧାନଖେତରେ କାମ କରୁଥିବା ବେଳେ ବ୍ରଜପାତର ଶିକାର ହୋଇଥିଲେ।

ସୂଚନା ଅନୁସାରେ  କାଁଥିଭଉଁରୀ ପଂଚାୟତ ବିଚିତ୍ରପୁର ଗାଁର ବାଚୁ ଦାସଙ୍କ ବଜ୍ରପାତର ମୃତ୍ୟୁ ହୋଇଛି। ଚକପଳାସିଆ ଗ୍ରାମର ଜଣେ ନାବାଳିକା ବିଲକୁ ପରିବାର ଲୋକଙ୍କ ସହିତ ଚାଷ ପାଇଁ ଯାଉଥିବା ବେଳେ ବଜ୍ରଘାତରେ ଗୁରୁତର ହୋଇଛନ୍ତି। ଏହା ସହ ରସଲପୁର ଗ୍ରାମର ମିନା ଗଙ୍ଗାଇ ନାମକ ଜଣେ ମହିଳା ବିଲରୁ ଚାଷ କାର୍ଯ୍ୟ ସାରି ଘରକୁ ଆସୁଥିବା ବେଳେ ତାଙ୍କ ଉପରେ ଏକ ଗଛ ପଡି ଗୁରୁତର ହୋଇ ତଙ୍କୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇ ଚିକିତ୍ସାଧୀନ ଅଛନ୍ତି। ବିଚିତ୍ରପୁର ଗାଁର ବାଚୁ ଦାସ ଓ ଚକପଳାସିଆ ଗାଁର ନାବାଳିକା ଜଣକ ଜଳେଶ୍ୱରପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବାଚୁଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା ବେଳେ ନାବାଳିକା ଜଣକ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ବାଚୁ ଧାନ କ୍ଷେତକୁ କାମ କରିବାକୁ ଯାଇଥିଲା ବେଳେ ଧାନ ବିଲରେ ବଜ୍ରାଘାତରେ ମୃତୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe